ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ ଏବଂ କବିତା ଆସର ପାଳନ କଲା ଓଡିଶା କର୍ମଜୀବି ସାମ୍ବାଦିକ ସଂଘ…

ପଦ୍ମପୁର/ବରଗଡ଼ (ସମୃଦ୍ଧ ଓଡିଶା) ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ବରଗଡ ଜିଲ୍ଳା ଶାଖା ଆନୁକୂଳ୍ୟରେ ଆସ୍ଥା ନିବାସ ଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନିତି ନିୟମକୁ ପାଲନ କରି ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ବ୍ୟଙ୍ଗ କବି ସଚ୍ଚି ପଣ୍ଡା, ସ୍ୱତନ୍ତ୍ର ଅତିଥି ଦେବେନ୍ଦ୍ର ସାହୁ, କବି ଆଶୁତୋଶ ରଥ, ସମ୍ମାନିତ ଅତିଥି ଭାବେ କବି କିଶୋର ସାହୁ, କବି ସରୋଜ ଆଚାର୍ଯ୍ୟ, ଆଇନଜିବୀ ତଥା କବି ଓ ଲେଖକ କିରଣ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସୁଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗିତ ଗାନ କରିଥିବା ବେଲେ ଆକାଂକ୍ଷା ଅନ୍ନପୂର୍ଣା ସାହୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । କରୋନା ସଚେତନତା ପ୍ରସଙ୍ଗରେ “କରୋନାର ବଡା ରୁବାବ କବିର କବିତାର ଜବାବ” ଉପରେ କବିତା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମାଜସେବୀ ଦିବସ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭାପତି ତ୍ରିବିକ୍ରମ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ସଂପାଦକ ପରମାନନ୍ଦ ମିଶ୍ର ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ଉପସଭାପତି ଆଶୁତୋଷ ରଥ ଅଧ୍ୟକ୍ଷତା କରିଥିବା ବେଳେ କବି ସ୍ମୃତିରେଖା ରଥ, ମାନିନୀ ମେହେର, ମୁନିରାମ କୁମ୍ଭାର, ପ୍ରମୋଦ ମହାପାତ୍ର, ରଂଜିତ ପ୍ରଧାନ, ଜଗନ୍ନାଥ କୁମ୍ଭାର, ରାମପ୍ରସାଦ ବାଗ, ଚନ୍ଦ୍ରାବତି ପାଣ୍ଡେ, ହାରାଧନ ଭଏନା, ସନୟ ମେହେର ପ୍ରମୁଖ କବି ଅନଲାଇନ ମାଧ୍ୟମରେ ସ୍ୱରଚିତ କବିତା ଆବୃତି କରିଥିଲେ । ଶେଷରେ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।