ଅଟୋ ସହ ୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ : ବେପାରୀ ଗିରଫ…

ବେଗୁନିଆପଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଏକ ଅଟୋ ସହ ୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଆଜି ଚୋରା ମହୁଲି ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ମୁଣ୍ଡୁଳା ନିକଟରେ ଜଗିଥିଲା । ମୁଣ୍ଡୁଳା ନିକଟରୁ ରାଗପୁର ଗ୍ରାମର ଚୋରା ମଦ ବେପାରୀ ଜି. ଡାକ ଦୋରା ମଦ ନେଉଥିବା ବେଳେ ତାକୁ ଧରିବା ସହ ସେ ମଦ ଆଣିଥିବା ଅଟୋ ଯାହାର ନମ୍ଵର ଓଡି ୧୩. ସି ୫୮୩୬ ଏବଂ ପ୍ରାୟ ୪୦୦ ଲିଟରରୁ ଉର୍ଦ୍ଧ୍ବ ହେବ ଚୋରି ମହୁଲି ମଦ ଜବତ କରିଛି । ଏହି ଚଢ଼ାଉ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏକ ଟିମ କରିଥିବା ଜଣାପଡ଼ିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା