ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କାଁହା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଜୀବନ ସହ ସଂଗ୍ରାମ କରୁଥିବା ଦୁଇ ପରିବାରକୁ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କାଁହା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆଜି ଧରାକୋଟ ଏବଂ ଆସିକାର ଦୁଇ ଜୀବନ ସହ ସଂଗ୍ରାମ କରୁଥିବା ଦୁଇ ପରିବାରକୁ ସହଯୋଗ କରିଛନ୍ତି । କାଁହା ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର, ଉପପ୍ରତିଷ୍ଠାତା ବିଷ୍ଣୁ ପ୍ରିୟା ପାଢ଼ୀ ଏବଂ ସଭାପତି ପ୍ରଣବ କୁମାର ପଣ୍ଡାଙ୍କର ପ୍ରତେଖ୍ୟ ତତ୍ୱାବଧାନରେ ଆଜି ଏକ ଆଠ ଜଣିଆ ଟିମ ଯାଇ ପହଞ୍ଚିଥିଲା ଧରକୋଟ ବ୍ଲକ କୁସଗୁମା ଗ୍ରାମରେ ଏବଂ ଆସିକା ସୁନାମ୍ବ ସାହି ସ୍ଥିତ ଲୋକନାଥ ମହାରଣାଙ୍କର ପରିବାର ନିକଟରେ । ପୂର୍ବରୁ ସୋସିଆଲ ମିଡିଆ ଦ୍ୱାରା ଖବର ପାଇଁ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଦୁଇ ପରିବାର ସହ କଥା ହେଇଥିଲେ ଏବଂ ଖୁବ ଶୀଘ୍ର କିଛି ଆସୁ ପଦକ୍ଷେପ ନେଇ ଉକ୍ତ ପରିବାରର ବୋଝକୁ ଲାଘବ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିଜର ଟ୍ରଷ୍ଟ ସଦସ୍ୟ ତଥା କିଛି ବଦାନ୍ୟ ବନ୍ଧୁଙ୍କର ସହଯୋଗରେ ଆଜି ଧରାକୋଟର ପ୍ରପୀଡ଼ିତ ପରିବାରର ଆବଶ୍ୟକତାକୁ ଅନୁଭବ କରିକି କିଛି ଆନୁସଙ୍ଗିକ ସହାୟତା ଆକାରରେ ଦୈନିକ ନିତ୍ୟ ବ୍ୟବହାର୍ଯ୍ୟ ଜନିତ ଖାଦ୍ୟ ସାମଗ୍ରୀ ଏବଂ ସ୍ୱଳ୍ପ ଚିକିତ୍ସା ପାଇଁ ଔଷଧ ପ୍ରଦାନ କରିଥିଲେ । ସେଭଳି ଅସିକାର ଲୋକନାଥଙ୍କର ପରିବାରକୁ ଦୁଇ ମାସର ରାସନ ସାମଗ୍ରୀ ସହ କିଛି ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ପ୍ରଦାନ କରିଥିଲେ । ଏହି ସମୟରେ ଟ୍ରଷ୍ଟର ଉପସଭାପତି ସନ୍ୟାସୀ ମହାରଣା, ଯୁଗ୍ମ ସମ୍ପାଦକ ବିଶ୍ୱନାଥ ପାତ୍ର, ରବୀନ୍ଦ୍ର ନାଥ ମିଶ୍ର, କଳ୍ପନା ନାୟକ, ସୁଭାସିନୀ ପଟ୍ଟନାୟକ, ଅଶୋକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଆସିକା ବିଧାୟିକାଙ୍କୁ ଏବଂ ବିଡ଼ିଓଙ୍କୁ ଭେଟି ସରକାରୀ ସ୍ତରରେ କିଭଳି ସହଯୋଗ ପହଂଚିବ ତା ନେଇ ଦୁଇ ପରିବାରକୁ ସରକାରୀ ସ୍ତରରେ ସହଯୋଗ ମିଳିବ ସେ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଏବଂ ସେଠାରେ ଉପସ୍ଥିତ ୱେବ ମିଡିଆ ବନ୍ଧୁଙ୍କୁ ସାଧୁବାଦ ଜଣାଇଥିଲେ । ଆପଣଙ୍କର ଏଭଳି ଖବର ପ୍ରସାରଣ ଯୋଗୁ ଆଜି ଦୁଇ ପାରିବାର ଉପକୃତ ହୋଇ ପାରିଲେ ବୋଲି ନିଜ ନିଜର ମତ ପ୍ରକାଶ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା