ଅଗ୍ନିପଥ ଯୋଜନା ବିରୋଧରେ ଜଳେଶ୍ୱର କଂଗ୍ରେସର ସତ୍ୟାଗ୍ରହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ କଂଗ୍ରେସ ଡାକରାରେ ସାରା ଦେଶରେ ଅଗ୍ନିପଥ ଯୋଜନା ବିରୋଧରେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଜଳେଶ୍ୱର କଂଗ୍ରେସ ପକ୍ଷରୁ ଆଜି ଏହି ସତ୍ୟାଗ୍ରହ ଜଳେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି । କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ କର୍ମୀମାନେ ଯୋଗ ଦେଇ ବିଭିନ୍ନ ନାରାବାଜି କରିଥିଲେ । ଏହି ଯୋଜନାକୁ ବାତିଲ କରିବାଲାଗି ଏବଂ ଯୁବ ସମାଜକୁ ବିପଥଗାମୀ କରିବାଲାଗି ଏହା ଏକ ଶାସକ ଦଳର ଚାଲାକି ବୋଲି ବକ୍ତମାନେ କହିଥିଲେ । ଏଥିରେ ବ୍ଳକ ସଭାପତି ରାଜୀବ ପରିଡା, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲା ସାଧାରଣ ସଂପାଦକ ହେମନ୍ତ ଗିରି, ଟାଉନ୍ ସଭାପତି ଗିରିଜା ଶଂକର ଦାସ, ରିଆଜ ଖାଁ, ପଦ୍ମଲୋଚନ ବେହେରା, ଗୌରାଙ୍କ ମହାପାତ୍ର, ସଂଜୟ ଜେନା, ଥିରେନ ଦେ, କୁମୁଦ ବାରିକ, ପ୍ରଦୀପ ପ୍ରଧାନ, କାର୍ତ୍ତିକ ବେହେରା, ଶରତ ଜେନା, ଗଭବାନ ଜେନା ଓ ରବିନ୍ଦ୍ର ଦାସ ପ୍ରମୁଖ ଏହି ଯୋଜନାକୁ ସମାଲୋଚନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା