୭୧ତମ ବନ ମହୋତ୍ସବ ପାଳିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ପରିବେଶର ପ୍ରାକୃତିକ ସମ୍ବଳ ଭିତରେ ଗଛ ହିଁ ପ୍ରକୃତିର ରକ୍ଷା କବଚ । ସ୍ତାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ଏହା ପ୍ରକାଶ କରିଥିଲେ । ସଂମାନିତ ଅତିଥି ଭାବେ ଭଞ୍ଜନଗର କୋଠାବାଡ଼ି ଓ ରାସ୍ତା ନିର୍ମାଣ ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ସହ ସରକ୍ଷକ ଏମ. ମୋତିଲାଲ, ଅବସର ପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର, ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଧୁ କୁମାର ରାୟ ସଭାପତିତ୍ୱ କରିଥିଲେ । ଏହି ଅଵସରରେ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ବି.ଗୋବିନ୍ଦ ରାଓଙ୍କ ଦ୍ୱାରା ଲିଖିତ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଉପଦେଷ୍ଟା ଦେଵବ୍ରତ ସାହୁଙ୍କ ଦ୍ଵାରା ଗାନ କରାଯାଇଥିବା “ବୃକ୍ଷ ହିଁ ଜୀବନ” ସଙ୍ଗୀତ ଉନ୍ମୋଚନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ୭୧ତମ ମହୋତ୍ସବ ଉପଲକ୍ଷେ ୭୧ଟି ଚାରା ରୋପଣ କରାଯାଇଥିଲା । ଏହି ସବୁ କାର୍ଯ୍ୟକର୍ମକୁ ସମାଜ ସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ । ହେଲପିଙ୍ଗ ହେଣ୍ଡର ୨ଜଣ ସଦସ୍ୟ ପ୍ରଶାନ୍ତ କୁମାର ବିଷୋୟୀ ଓ ଭବାନୀ ଶଙ୍କର ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ଚଳିତ ବନ ମହୋତ୍ସବ ସପ୍ତାହରେ ନିର୍ମାଣଧିନ କୋଠା ଚାରି ପଟେ ୨୭୦ଟି ଚାରା ରୋପଣ କରାଯିବ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପରିବହନ କାର୍ଯ୍ୟାଳୟର ସୁନିଲ କୁମାର ପାଣି, ଆଶୁତୋଷ ପଣ୍ଡା, ନିରଞ୍ଜନ ଗୌଡ଼, ଅସିତ କୁମାର ପଣ୍ଡା, ରାମଚନ୍ଦ୍ର ପାଣିଗ୍ରାହୀ,ଦେବେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ । ସାମ୍ପ୍ରତିକ କୋରନା ପରିସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି କାଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରାଧ୍ୟାପକ ବି.ଗୋବିନ୍ଦ ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ରିପୋର୍ଟ : ନିଲୁ ବିଷୋୟୀ