୫୦ ବର୍ଷ ବିବାହ ବାର୍ଷିକୀରେ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ମଙ୍ଗଳପୁର ନିବାସୀ ଅବସରପ୍ରାପ୍ତ ପୌରକର୍ମଚାରୀ ତଥା ସମାଜସେବୀ ପୁରୁଷୋତ୍ତମ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରତ୍ନପ୍ରଭା ସାହୁଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ ଅବସରରେ ମଙ୍ଗଳପୁର ମଜୁରୀ ଯୁଆଙ୍ଗ ସାହି ଓ ଶବର ସାହିରେ ସମସ୍ତ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ବସ୍ତିର ଅନ୍ତୋବାସୀ ମାନଙ୍କୁ ନୂତନ ଧୋତୀ ଓ ଶାଢ଼ୀ ପ୍ରଦାନ କରିଛନ୍ତି l ଏହା ବ୍ୟତିତ କରୋନା ମହାମାରୀର ଅନ୍ତନିମନ୍ତେ ଓ ସମାଜର ମଙ୍ଗଳ କଲ୍ୟାଣ ପାଇଁ ଗ୍ରାମରେ ଥିବା ଦେବଦେବୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ତାଙ୍କର ପୁତ୍ର ପ୍ରକାଶ, ପୁତ୍ର ବଧୂ କୁମୁଦିନୀ, ଜ୍ୱାଇଁ ସନ୍ତୋଷ, ବସନ୍ତ, ଝିଅ ପୁଷ୍ପାଞ୍ଜଳି, ଶ୍ରଦ୍ଧାଞ୍ଜଳି, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ ଓ ଗ୍ରାମର ବଲ୍ଳଭ ଚନ୍ଦ୍ର ଦାସ, ଜଳନ୍ଧର ସାହୁ, କୀର୍ତ୍ତିଚନ୍ଦ୍ର ଦାଶ, ବୀରବର ନାଏକ ଓ ସମାଜ ସେବୀ ବଦ୍ରୀନାଥ ବରାଳ ପ୍ରମୁଖ ସହଯୋଗ କରିଥିଲେ l