୫୦୦ କେଜି ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଜପତି ଠାରୁ ବିହାର ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ବ୍ରହ୍ମପୁର ଅବକାରୀ ବିଭାଗ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛି । ଖବର ଅନୁସାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଫାଷ୍ଟଗେଟ ନିକଟରେ ଜୋରଦାର ଚାଲିଥିଲା ଅବକାରୀ ବିଭାଗର ଯାଞ୍ଚ । ଗଜପତି ଜିଲ୍ଲାରୁ ବିହାର ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ଫାଷ୍ଟଗେଟ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଆଜି ଭୋର ୩ଘଣ୍ଟ ସମୟରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କରିବା ସମୟରେ ଟ୍ରକରୁ ୫୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ଟ୍ରକକୁ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ଅପର ପକ୍ଷରେ ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଗାଡି ଛାଡି ଫେରାର ହୋଇଥିବା ଜଣାପଡ଼ିଛି । ଅବକାରୀ ବିଭାଗର ସୂଚନା ପ୍ରକାରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୫ ଲକ୍ଷ ଥିବା ଜଣାପଡ଼ିଛି । ଗଞ୍ଜେଇକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା