୧୪ ଦଫା ଦାବିରେ ଅଲ ଓଡିଶା ମିଟର ରିଡର ଆସୋସିଏସନ୍‌ର ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟୁତ୍ ଯୋଗାଣର ପୁରୁଣା କମ୍ପାନୀ ଗଲେଣି । ନୂଆ କମ୍ପାନୀ ବିଦ୍ୟୁତ୍ ଯୋଗାଇଲେଣି କିନ୍ତୁ ଦୀର୍ଘ ୪ ମାସ ଧରି ଅଲଓଡିଶା ମିଟର ରିଡର କର୍ମଚାରୀମାନେ ଦରମା ପାଇନଥିବାରୁ ଆଜି ଜଳେଶ୍ୱର ଡିଭିଜନ୍‌ର କର୍ମଚାରୀମାନେ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ୧୪ ଦଫା ଦାବି ମଧ୍ୟରେ ମିଟର ରିଡର ମାନଙ୍କୁ କୁଶଳୀ ଶ୍ରମିକ ଭାବେ ଦରମା ପ୍ରଦାନ କରିବା, ପୂର୍ବ କମ୍ପାନୀ ମ୍ୟଟ୍ରିକ୍ସ ଏଜେନ୍ସ କାର୍ଯ୍ୟ କରୁଥିବା ବେଳେ ବକେଆ ଦରମା ପ୍ରଦାନ କରିବା, ପୂର୍ବ କମ୍ପାନୀର ୩ ମାସର ଇନ୍‌ସେଣ୍ଟିଭ୍ ପ୍ରଦାନ କରିବା, ବୋନସ୍ ଦେବା, ଜମା ରଖିଥିବା ଇପିଏଫ ଫେରସ୍ତ ଦେବା, ସାଇକମ୍ପୁଟର ଏବେ ମିଟର ରିଡର ମାନଙ୍କୁ ନିଯୁକ୍ତ ପତ୍ର, ପରିଚୟ ପତ୍ର, ଇଏସ୍‌ଆଇର କାଗଜପତ୍ର ପ୍ରଦାନ କରିବା, ବିଲ ଆଦାୟ ବେଳେ ଓଭର ଟାଇମ୍ ପାରିଶ୍ରମିକ ପ୍ରଦାନ କରିବା, ୨ କର୍ମଚାରୀ ନିର୍ମଳ ଦାସ ଓ ବିକେ ଦତ୍ତଙ୍କ ବକେୟା ଦରମା ପ୍ରଦାନ କରିବା, ମିଟର ରିଡରଙ୍କ ମୋବାଇଲ ରିଚାର୍ଜ କରିବା, ପେ ସ୍ଲିପ ପ୍ରଦାନ, ପ୍ରତିମାସ ୭ ତାରିଖରେ ଦରମା ଦେବା, ବୋନସ୍ ପ୍ରଦାନ କରିବା, ବେଆଇନ୍ ଧମକ୍ ଓ ଶୋଷଣ ବନ୍ଦ କରିବା ଦାବିରେ ଆଜି ଏହି ଆନ୍ଦୋଳନ ହୋଇଥିବା ସଂଘର ସାଧାରଣ ସଂପାଦକ ତପନ କୁମାର ଅଗସ୍ତି ସୂଚନା ଦେଇଛନ୍ତି । ଶ୍ରୀ ଅଗସ୍ତିଙ୍କ ନେତୃତ୍ୱରେ ଅନନ୍ତ କର, ନବକୁମାର ବେହେରା, ପ୍ରବିର ମଣ୍ଡଳ, ବିକାଶ ଦତ୍ତ, କାର୍ତ୍ତିକ ତ୍ରିପାଠୀ, ବିନୋଦ ଦତ୍ତ, ପିନାକୀ ପାତ୍ର, ଦଇତାରୀ ପ୍ରମାଣିକ, ବ୍ରଜଗୋପାଳ ମହାନ୍ତି, କମଳାକାନ୍ତ ମହାନ୍ତି, କାହ୍ନୁଗୋପାଳ ପ୍ରଧାନ, ରାଜକିଶୋର ପରିଡା, ରଣଜିତ୍ ପରିଡା, ତପନ ରଣା, ଅଜିତ୍ ପାତ୍ର, ଦେବବ୍ରତ କର, ରବିନ୍ଦ୍ର ଜେନା, ଜାହ୍ନବି ମଣ୍ଡଳ, ସପନ ମହନ୍ତ, ନବକୁମାର ମହନ୍ତ, ଠାକୁର ଦାସ ମହନ୍ତ, ନିର୍ମଳ ଦାସ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସମ୍ବାଦ ଲେଖା ହେବା ବେଳକୁ ନିର୍ବାହୀ ଯନ୍ତ୍ରୀ ସୌମ୍ୟରଂଜନ ନାୟକଙ୍କ ସହିତ ଆନ୍ଦୋଳନରତ କର୍ମଚାରୀଙ୍କ ଆଲୋଚନା ଚାଲିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା