Breaking News

୧୧ଶହ ଟଙ୍କା ନୁହେଁ ମାତ୍ର ୫ ଶହ ଟଙ୍କାରେ ଗ୍ୟାସ ହାଣ୍ଡି…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) କର୍ଣ୍ଣାଟକରେ ଆଶାତୀତ ଜନମତ ସହ ସରକାର ଗଠନ କରିଥିବା ଜାତୀୟ କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ନଜର ପକାଇଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉ ଥିବା କାରଣରୁ କର୍ଣ୍ଣାଟକର ସଫଳତା ମଧ୍ୟପ୍ରଦେଶରେ ଦୋହରାଇବା ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡ଼ିଛି। କର୍ଣ୍ଣାଟକା ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ଗୃହିଣୀ, ମହିଳା, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ଲାଭ ଦେବାକୁ ଘୋଷଣା କରିଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକମାନଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ବର୍ତ୍ତମାନ ବଜାରରେ ଗୋଟିଏ ସିଲିଣ୍ଡରର ଦାମ ୧୧୦୦ ଟଙ୍କା ଉପରେ ରହିଛି। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ଅଧା ଦାମରେ ଦେବ ବୋଲି କହିଛି। ଏହା ବ୍ୟତୀତ ରାଜ୍ୟରେ ଥିବା ମହିଳାମାନଙ୍କୁ କଂଗ୍ରେସ ଶାସନକୁ ଆସିଲେ ମାସିକ ୧୫ ଶହ ଟଙ୍କା ଲେଖାଏ ଭତ୍ତା ଯୋଗାଇ ଦେବା ସହ ୧୦୦ ୟୁନିଟ ଯାଏ ବିଜୁଳି ମାଗଣା ଓ ୨୦୦ ୟୁନିଟ ହେଲେ ୫୦% ବିଲ୍‌ ବାବଦରେ ଅର୍ଥ ଦେବାକୁ ହେବ ବୋଲି କଂଗ୍ରେସ କହିଛି ଆଉ ମଧ୍ୟ ମଧ୍ୟପ୍ରଦେଶରେ ପୂର୍ବରୁ ଲାଗୁ ହେଉଥିବା ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ହିମାଚଳ ଓ ରାଜସ୍ଥାନରେ କଂଗ୍ରେସ ପୁରୁଣା ପେନସନ ଯୋଜନା ସଫଳତାର ସହ ଲାଗୁ କରିଥିବାରୁ ମଧ୍ୟପ୍ରଦେଶରେ ଏହାର ପୁନରାବୃତ୍ତି କରାଯିବ। ସେହିପରି ମଧ୍ୟପ୍ରଦେଶରେ ଚାଷୀମାନେ ନେଇଥିବା ଋଣକୁ କଂଗ୍ରେସ କ୍ଷମତାକୁ ଆସିବା ମାତ୍ରେ ସଂପୂର୍ଣ୍ଣ ଭାବେ ଛାଡ଼ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି। ଦଳ କହିଛି ଯେ “ଆମେ କର୍ଣ୍ଣାଟକାରେ ଦେଇଥିବା ପ୍ରତିଶ୍ରୁତିକୁ ସରକାର ଗଠନ ହେବାର ଦୁଇ ଘଣ୍ଟା ମଧ୍ୟରେ ପୂରଣ କରିଛୁ । ଆମେ ମଧ୍ୟପ୍ରଦେଶରେ ମଧ୍ୟ ପ୍ରତିଶ୍ରୁତି ପୂରଣ କରିବୁ। ଆମେ ମିଛୁଆ ନୁହଁ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିବା ଆମ ବାପା ମାଆ ଶିକ୍ଷ୍ୟା ଦେଇ ନାହାନ୍ତି ବୋଲି ଯୁବରାଜ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ କହିଛନ୍ତି ”

%d bloggers like this: