ସହୀଦ ବାଜି ରାଉତଙ୍କ ଜୀବନୀ ସଙ୍ଗୀତର ଏକ ସିଡି ଢେଙ୍କାନାଳ ସାଂସଦଙ୍କ ଦ୍ୱାରା ଉନ୍ମୋଚନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସହୀଦ ବାଜି ରାଉତଙ୍କ ସହୀଦ ଦିବସରେ ବାଜି ରାଉତଙ୍କର ଏକ ଜୀବନୀ ସଙ୍ଗୀତ ସିଡି ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦ୍ୱାରା ଓ ଢେଙ୍କାନାଳ ବିକାଶ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜ ନାରାୟଣ ତ୍ରିପାଠୀଙ୍କ ସହଯୋଗରେ ଉନ୍ମୋଚନ ହୋଇଛି l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ କ୍ରାନ୍ତିର ସଭାପତି ତଥା ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଢେଙ୍କାନାଳ ସଚେତନ ନାଗରିକ ଫୋରମର ଉପ-ସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ ଦାସ, ସହ-ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଡ଼ା.ଦେବୀପ୍ରସାଦ ମିଶ୍ର, ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ୩ଟି ସଂଗଠନର କର୍ମକର୍ତ୍ତା ମାନେ ଗୋବିନ୍ଦପୁର କଳିଙ୍ଗ ସୁତା କଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ସମ୍ବନ୍ଧରେ ସାଂସଦ ଶ୍ରୀ ସାହୁଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ l