ସମୀର କାନ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ରାଇତଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋକେଇଦା ଗ୍ରାମର ସମୀର କାନ୍ତ ସାହୁ ଗତ କିଛି ମାସ ହେବ ସ୍ନାୟୁ ଜନିତ ରୋଗରେ ପୀଡିତ ଅଛନ୍ତି । ସମୀର କାନ୍ତଙ୍କ ପିତା ହେଉଛନ୍ତି ପୁରସ୍ତମ ସାହୁ । ତାଙ୍କ ଘରର ଏକ ମାତ୍ର ରୋଜଗାର ପୁଅ ହେଉଛନ୍ତି ସମୀର କାନ୍ତ । ସମୀର କାନ୍ତଙ୍କ ଏପରି ଅବସ୍ଥାରେ ମର୍ମାହତ ପୂରା ପରିବାର । ଏକ ପ୍ରକାରର ବେସାହାରା ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି ସମୀର । ଘରେ ନିଜ ବୃଦ୍ଧ ବାପା, ମାଆ, କୁନିକୁନି ଛୁଆ, ଆଉ ପତ୍ନୀ ଏବଂ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ସୁସ୍ଥ ହୋଇ ପୁଣି ରୋଜଗାର କରି ଘର ଚଳେଇବେ ସମୀର । ଘରର ଆର୍ଥିକ ଅବସ୍ଥା ଏବେ ବାଧକ ସାଜିଛି ସମୀରଙ୍କ ଜୀବନରେ । ସରକାରୀ ସାହାଯ୍ୟ ସହ ଯଦି କୌଣସି ହୃଦୟବାନ ବ୍ୟକ୍ତି ସହଯୋଗର ହାତ ବଢାନ୍ତି, ତେବେ ହୁଏତ ସମୀରଙ୍କ ହସଖୁସି ପୁଣି ଫେରି ଆସିବ ବୋଲି ମତ ପ୍ରକାଶ ପାଇଛି । ଆସନ୍ତୁ ଆମେ ସମସ୍ତେ ମିଶି ତାଙ୍କୁ ସହଯୋଗର ହlତ ବଢେଇବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ବୋଲି ଚନ୍ଦ୍ରଶେଖର ୟୁଥ୍ କ୍ଲବ ପକ୍ଷରୁ କୁହାଯାଇଛି । ତାଙ୍କୁ ସହଯୋଗ କରିବାକୁ ଚାହୁଁଥିବା ବ୍ୟକ୍ତି ମୋ- ୬୩୭୨୮୩୪୫୫୦ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି । ଗତକାଲି ଚନ୍ଦ୍ରଶେଖର ୟୁଥ୍ କ୍ଲବ ପକ୍ଷରୁ ସମୀରଙ୍କ ବିଷୟରେ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା । ଆଜି ଢେଙ୍କାନାଳର ଆଗଧାଡିର ସମାଜସେବୀ ରତ୍ନାକର ବେହେରା ଏବଂ ଚନ୍ଦ୍ରଶେଖର ୟୁଥ୍ କ୍ଲବର ସଦସ୍ୟ ମାନଙ୍କ ସହଯୋଗ କ୍ରମେ ସମୀରଙ୍କ ପରିବାରକୁ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଏବଂ ଖାଦ୍ୟ ସାମଗ୍ରୀ ଫଳମୂଳ ପ୍ରଭୃତି ଯୋଗାଇ ଦିଆଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବାବା ଚନ୍ଦ୍ରଶେଖରଙ୍କ ନିକଟରେ ସମୀରଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରିବା ସହ ଆପଣମାନଙ୍କ ସହଯୋଗ ଆଶା କରୁଛୁ ବୋଲି ଚନ୍ଦ୍ରଶେଖର ୟୁଥ୍ କ୍ଲବ ପକ୍ଷରୁ କୁହାଯାଇଛନ୍ତି । 

ରିପୋର୍ଟ : ଶୁଭମ ପାଣି