Breaking News

ଶତାୟୁ,ବି.ବି. ହାଇସ୍କୁଲରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ…

  • ସମୃଦ୍ଧ ଓଡିଶା
  • October 2, 2021
  • Comments Off on ଶତାୟୁ,ବି.ବି. ହାଇସ୍କୁଲରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ -୨୦୨୧ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ)ଜୁନିୟରଙ୍କ ସୁପରାମର୍ଶ କ୍ରମେ କୋଭିଡ -୧୯ ନିୟମସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସୁଧୀବୃନ୍ଦ ମହାପୁରୁଷ ମାନଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟ ଓ ଧୂପ ଦୀପ ଅର୍ପଣ କରି ଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ, ଶ୍ରୀମଦ ଭଗବତ ଗୀତା ଓ ଶାନ୍ତି ପାଠ କରିଥିଲେ । ଏହି ଅବସରରେ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନୀ, ଜୀବନାଦର୍ଶ, ପରାଧୀନ ଭାରତ ବର୍ଷକୁ ସ୍ୱାଧୀନ କରିବା ସଙ୍ଗେ ସଙ୍ଗେ ଦେଶଗଠନରେ ସେମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ସବିଶେଷ ଆଲୋଚନା କରି ସେହି ମହାପୁରୁଷମାନଙ୍କ କାର୍ଯ୍ୟବଳୀ ବିଶ୍ୱରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଦୃଢ଼ ଅଶାପୋଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରୀନ ଆର୍ମି ଦାୟିତ୍ବରେ ଥିବା ବରିଷ୍ଠ ଶିକ୍ଷକ ଦେବରାଜ ରାଉତ, ସ୍କାଉଟ ମାଷ୍ଟର, ଇତିଶ କୁମାର ବରାଳ, ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଚିଫ ଅଫିସର ସୁଭାଷ କୁମାର ନନ୍ଦ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା, ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର, ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସୁଚିତ୍ରା ସାହୁ, ରଶ୍ମୀ ହୋତା, ବବିତା ଲେଙ୍କା, ସୁଜିତ କୁମାର ବାରା, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ -୨୦୨୧ରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସଂଗେ ସଂଗେ ସମସ୍ତେ ସମ୍ମିଳିତ ଭାବରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସମଗ୍ର ବିଦ୍ୟାଳୟ ପରିସର ସଫେଇ କରିଥିଲେ । ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ଏହି ଜୟନ୍ତୀ ଉତ୍ସବକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।

%d bloggers like this: