Breaking News

ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଦେଶବେହେରା ସାହିରେ ବିଜେ ପୁରାତନ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ମୁଖ୍ୟ ମହନ୍ତ ଅନିରୁଦ୍ଧ ରାମାନୁଜ ଦାଶ ମହାରାଜ ଜନ୍‌୍ମାଷ୍ଟମୀର ତାପ୍ତର୍ଯ୍ୟ ଏବଂ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରବଚନ ପ୍ରଦାନ ସହ ଭାଗବତର ଦଶମ ସ୍କନ୍ଦ ପାଠ କରାଯାଇଥିଲା । ବଡ଼ବଜାର ଅଞ୍ଚଳର ଶତାଧିକ ଭକ୍ତ ଏହି ଉତ୍ସବରେ ସାମିଲ ହୋଇ ଲକ୍ଷ୍ମୀ ନାରାୟଣଙ୍କ ପୂଜାର୍ଚ୍ଚନା ସହ ପ୍ରଭୁ କୃପା ଲାଭ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
%d bloggers like this: