ମୋ ପରିବାର ଦ୍ୱାରା ଗୁଜରାଟରୁ ଆସିଲା ପ୍ରବସୀ ଶ୍ରମିକଙ୍କ ମରଶରୀର …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୁଜରାଟ ସିଭିଲ ହସ୍ପିଟାଲରେ ଉଚ୍ଚ ରକ୍ତଚାପ ଜନିତ ବ୍ରେନ ହାମରେଜରେ ମୃତ୍ୟୁ ବୁଦ୍ଧିଆ ଗୌଡ଼ଙ୍କ ମର ଶରୀର ପାଖରେ ପରିବାର ଲୋକେ ନଥିଲେ । କି କାନ୍ଧ ଦେବାକୁ କେହି ମଧ୍ୟ ନଥିଲେ । ଶେଷକୃତ୍ୟ ପାଇଁ ମୁଣ୍ଡମରାଇ ଗ୍ରାମର ପରିବାର ଲୋକେ ସ୍ଥାନୀୟ ନେତା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଦୁଃଖ ଜଣାଇଲେ । ଏନେଇ ନନ୍ଦିନୀ ଦେବୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାପରେ ମୋ ପରିବାର ଟିମ ଗୁଜରାଟ ହସ୍ପିଟାଲରୁ ବୁଦ୍ଧିଆଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଆଣିବାରେ ସଫଳ ହୋଇ ଥିଲେ l ଏମିତି କାର୍ଯ୍ୟକୁ ସ୍ଥାନୀୟ ଗ୍ରାମବାସୀ ମାଧ୍ୟ୍ୟରେ ପ୍ରଶଂଶିତ ପାଲଟିଛନ୍ତି ଶ୍ରୀମତୀ ନନ୍ଦିନୀ ଦେବୀ l ଗତ ୨୦ବର୍ଷ ଧରି ଗୁଜରାଟରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ମୁଣ୍ଡମରାଇ ଗୌଡ଼ ସାହିର ୫୦ବର୍ଷୀୟ ବୁଦ୍ଧିଆ ଗୌଡ଼ଙ୍କ ଉଚ୍ଚ ରକ୍ତଚାପ ଜନିତ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ଗତ ଆଠ ତାରିଖ ଦିନ ମୃତ୍ୟୁ ହୋଇଥିଲା । ପରିବାର ପ୍ରତିପୋଷଣ ପାଇଁ ଗୁଜରାଟରେ ଖଟୁଥେଲେ ବୁଦ୍ଧିଆ । ଏବେ ବେସାହାରା ହୋଇଛନ୍ତି ପରିବାର ଲୋକେ । ମୋ ଓଡିଶା ପରିବାର ସହାୟତାରେ ବୁଦ୍ଧିଆ ଗୌଡ଼ଙ୍କ ମୂର୍ତ ଦେହ ନିଜ ଜନ୍ମ ମାଟିରେ ପହଂଚିବା ଯୋଗୁଁ ସରକାର ଏବଂ ସ୍ଥାନୀୟ ନେତାଙ୍କୁ ଧନ୍ୟବାଦ ଦେଇ ଉକ୍ତ ପରିବାରକୁ ଅଧିକ ସହାୟତା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା