ମା ମଙ୍ଗଳା ମାତା ଯୁବକ ସଂଘ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଡିଙ୍ଗାଶୋଳ ଗ୍ରାମରେ ଆଜି ‘ମା ମଙ୍ଗଳା ମାତା ଯୁବକ ସଂଘ’ ଡିଙ୍ଗାଶୋଳ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ । ଏହି ଟୁର୍ଣ୍ଣାମେଣ୍ଟ ଆଜକୁ ଦୀର୍ଘ ତା-୯/୧/୨୦୨୦ ରିଖ ଠାରୁ ଆରମ୍ଭ ହୋଇ ତା-୨୦/୧/୨୦୨୦ ରିଖ ପର୍ଯ୍ୟନ୍ତ ଖେଳ ହୋଇ ଆଜି ତା’ର ଉଦଯାପନୀ ଦିବସ । ଏହି ଉଦଯାପନୀ ଦିବସରେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାଳିକିଙ୍କର ଦାସ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ତହସିଲଦାର କ୍ଷିରୋଦ ପ୍ରସାଦ ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥିଭାବେ ଜଳେଶ୍ଵର ଆଇଆଇସି ମାନସ କୁମାର ଦେଓ, ଜଳେଶ୍ୱର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ସମାଜସେବୀ ତଥା ଯୁବ ବିଜେଡି ନେତା କାଳିଚରଣ ଦାସ, ବିଶ୍ଵନାଥ ଦାସ ମହାପାତ୍ର, ଜ୍ୟୋତି ଶେଖର ମହାନ୍ତି, ଗ୍ରାମ୍ୟ ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା, ଗ୍ରାମର ୱାର୍ଡ଼ ସଭ୍ୟ ବିକର୍ତ୍ତନ୍ ଜେନା, ବରିଷ୍ଠ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ଦାସ ମହାପାତ୍ର, ପୁର୍ବତନ ଗ୍ରାମ୍ୟ ମୁଖ୍ୟ ଗୌରିଚନ୍ଦ୍ର ପରିଡ଼ା, ଗୋପାଳ ଚନ୍ଦ୍ର ଦାସ ମହାପାତ୍ର, ପ୍ରଫୁଲ୍ଲ କୁମାର ପରିଡ଼ା, ନଗେନ୍ଦ୍ର ଜେନା, ହରେନ୍ଦ୍ର ଜେନା, ସୁରେଶ ଚନ୍ଦ୍ର ଜେନା, ରବିନ୍ଦ୍ର ଜେନା, କ୍ଲବର ପ୍ରେସିଡେଣ୍ଟ ରବିନ୍ଦ୍ର ଜେନା, ସମ୍ପାଦକ ଦୀପକ କୁମାର ଜେନା ମଞ୍ଚାସିନ ଥିବା ବେଳେ କ୍ଳବର ସମସ୍ତ କର୍ମକର୍ତ୍ତା ଖେଳକୁ ପରିଚାଳନା କରିଥଲେ । ଆଜି ଶେଷ ଖେଳରେ ଭାସ୍ୟକାର ଭାବେ ଗଗନ ବିହାରୀ ସାହୁ ଓ ବିଶ୍ୱଜିତ ପରିଡ଼ାଙ୍କ ସୁନ୍ଦର ଭାବେ ଭାଷଣ ଦେଇ ଖେଳକୁ ପରିଚାଳନା ଓ ବନମାଳୀ ହାଁସଦା, ହେମନ୍ତ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଉତ୍ତମ କୁମାର ଦାସ ସୁଚାରୁରୂପେ ଏମ୍ପିଆର୍ କାର୍ଯ୍ୟ ଚଳାଇ ଥିଲେ । ଗୋବର୍ଦ୍ଧନପୁର ଓ ଧାନସିମୁଳିଆ ମଧ୍ୟରେ ଖେଳ ହୋଇ ପ୍ରଥମ ସ୍ଥାନ ବାବା ଅଖିଳେଶ୍ୱର କ୍ଲବ ଗୋବର୍ଦ୍ଧନପୁର ଦଳର ଅଧିନାୟକ ହେମନ୍ତ କୁମାର ଜେନା ଟ୍ରଫି ସହ ୧୨ ହଜାର ଟଙ୍କା ଓ ଧାନସିମୁଳିଆ ଦଳର ଅଧିନାୟକ ଦୀପକ ଦାସ ଦ୍ଵିତୀୟ ସ୍ଥାନ ଅଧିକାର କରି ଟ୍ରଫି ସହ ୮ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ଗ୍ରହଣ କରିଥିଲେ ।