ମାଗି ଆଣିବା ତୁଣ, ଶିଖେଇ ଦେବା ବୁଦ୍ଧି ?!!…

କୌଣସି କାରଣ ବଶତଃ ପଡୋଶୀଙ୍କ ଠାରୁ ମାଗି ଆଣିଥିବା ତରକାରୀ ଯଥେଷ୍ଟ ହୋଇ ନଥାଏ କି ସେତିକି ଆତ୍ମ ତୃପ୍ତି ଦେଇନଥାଏ ଯେତିକି ନିଜ ଘରେ ହୋଇଥାଏ । କହିବାକୁ ଗଲେ ହୋଟେଲରୁ କିଣି ଆଣିଥିବା ତାରକାରୀରେ ମଧ୍ୟ ଅନୁରୂପ ସନ୍ତୁଷ୍ଟି ମିଳିଥାଏ । କିନ୍ତୁ ଘରେ ପ୍ରସ୍ତୁତ କରା ଯାଇଥିବା ନିଜ ଚାହିଦା ମୁତାବକ ମାତ୍ରା ଏବଂ ସ୍ୱାଦ ଯଥେଷ୍ଟ ଆନନ୍ଦ ଦାୟକହୋଇଥାଏ । ଠିକ ସେହିଭଳି କାହାଠାରୁ ଶିକ୍ଷା ଲାଭ କରିଥିବା ବୁଦ୍ଧି ମଧ୍ୟ ଏକ ସୀମିତ ରେଖା ମଧ୍ୟରେରହିଥାଏ ଯାହା ସମୟୋପୋଯୋଗୀ ହେବାରେ ସାହାଯ୍ୟ କଲେମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିବାରେ ଅସମର୍ଥ ହୋଇଥାଏ । ନିଜସ୍ୱ ଚେଷ୍ଟାରେଅର୍ଜିତ ଜ୍ଞାନ, ବୁଦ୍ଧି ସମୟ, ଅସମୟରେ ସ୍ଥଳ ବିଶେଷକୁ ନେଇ କାର୍ଯ୍ୟ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ ।ଆଜିର ବ୍ୟବସାୟ ପ୍ରବଣ ମଣିଷ ସମାଜରେ ପ୍ରତ୍ୟେକଜିନିଷ, ବିଷୟ କେବଳ ବ୍ୟବସାୟିକ ଭିତ୍ତିରେ ପରିଚାଳିତ ହେଉଥିବା ବେଳେ ଶିକ୍ଷାର ବ୍ୟବସାୟୀକ ପ୍ରଚଳନ ବିଷୟ ଉପସ୍ଥାପନ କରିବା କୌଣସି ଆବଶ୍ୟକ ନାହିଁ, କାରଣ ସମସ୍ତେ ଜାଣନ୍ତି ଆଜିର ଶିକ୍ଷା ବ୍ୟବସ୍ଥାର ରୂପରେଖ । ଇତି ମଧ୍ୟରେ କେବଳ ଶିକ୍ଷା କାହିଁକି ଯେକୌଣସି ବିଷୟରେ ଅନ୍ୟକୁ ଦିଆଯାଉଥିବା ବୁଦ୍ଧି ପାଇଁ ବିନା ଅର୍ଥରେ ଅକ୍ଷରଟିଏ ମଧ୍ୟ ଚାଳନା ହୋଇନଥାଏ କୌଣସି ଆବଶ୍ୟକ ସ୍ଥଳେ । ଉଦାହରଣ ସ୍ୱରୂପ ଜଣେ ଅଶିକ୍ଷିତ ବ୍ୟକ୍ତି ଚିଠି ଖଣ୍ଡିଏ ଲେଖିବାକୁ ଚାହିଁଲେ ଲେଖାଳିଙ୍କ ପାଖକୁ ଯାଇ କିଛି ପାଉଣା ଦେଇ ଲେଖିବାକୁ ପଡିଥାଏ ଯାହା ଆମେ ସମସ୍ତେ ଜାଣୁ । ଅନୁରୂପ ଯେଉଁ ସ୍ଥାନରେ ଯାହା ଆବଶ୍ୟକ ବିଭିନ୍ନ ପ୍ରକାର ଲେଖା ଲେଖିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଲେଖାଳି ଅଛନ୍ତି ଯେଉଁମାନେ କିଛି ଅର୍ଥ ନେଇ ଲେଖିଥାନ୍ତି ଯାହା ସାଧାରଣ ଅଶିକ୍ଷିତ ହେଉକି ଶିକ୍ଷିତ ମଧ୍ୟ ସେହି କାର୍ଯ୍ୟ କରିବାରେ ଅସମର୍ଥ ହୋଇଥା’ନ୍ତି । ଏମିତିକି ସେହି ଦେୟଯୁକ୍ତ ଲେଖା ବ୍ୟତୀତ କେତେ ସୁନ୍ଦର ଭାବେ ଅନ୍ୟ ରୂପରେ ଲେଖିଲେ ମଧ୍ୟ ଅଗ୍ରହଣୀୟ ହୋଇଥାଏ କେତେକ ସ୍ଥାନରେ ଯାହା ସେମାନଙ୍କୁ ନିର୍ଦ୍ଧାରିତ ଢଙ୍ଗରେ ଲେଖାଯିବା ଆବଶ୍ୟକତା ରହିଥାଏ । ଏବଂ ସେହି ଢଙ୍ଗରେ ଲେଖାଯିବା ବିଷୟ ସାର୍ବଜନୀନ ହୁଏନାହିଁ । ତେଣୁ ସମସ୍ତେ ସେହି ନିର୍ଦ୍ଧିଷ୍ଟ ଢଙ୍ଗରେ ଲେଖିପାରିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରି ଦେୟଯୁକ୍ତ ଲେଖାଟିଏ ନେଇ ନିଜ କାର୍ଯ୍ୟ କରିଥା’ନ୍ତି । କହିବାକୁ ଗଲେ ଯେକୌଣସି ପରିସ୍ଥିତିରେ ଜଣେ ଅନ୍ୟପ୍ରତି ରଖୁଥିବା ହିଂସାତ୍ମକ ଭାବ ଏବଂ ନିଜର ସ୍ୱାର୍ଥ ବିଚାର ଜନିତ ପ୍ରତାରଣା ଭଳି ଦୁଃଖଦ ପରିବେଶ, ପରିସ୍ଥିତିରେ ବଞ୍ଚିବା ଅସମ୍ଭବ ଭଳି ମନେ ହେଉଥିବା ଅନୁଭୁତିନିଶ୍ଚିତ ରହିଥିବ ସମସ୍ତଙ୍କର ।ଏହିଭଳି ସମୟରେ ଆମେ ଯେତେବେଳେ ବିଭିନ୍ନ ମାଧ୍ୟମ ହେଉକି ଦୂରଦର୍ଶନ ଜରିଆରେ କେତେକ ଜ୍ଞାନ ଆହରଣ କରିଥାଉ ସେଗୁଡିକ ଯଥେଷ୍ଟ ହୋଇଥାଏ କି ଆମ ଜ୍ଞାନ, ଦୁରଦୃଷ୍ଟି ବୃଦ୍ଧି କରିବାରେ, ବିଚାର ଯୋଗ୍ୟ । କାରଣ ସେସବୁ ଜ୍ଞାନବିତରଣ କରୁଥିବା ମଣିଷ, ସଂସ୍ଥା ବାସ୍ତବରେ ମାଗଣାରେ ଏତେ ଜ୍ଞାନ ବିତରଣ କରୁଛନ୍ତି କୌଣସି ଦେୟଯୁକ୍ତ ବ୍ୟବସ୍ଥା ନରଖି ? କିମ୍ବା ସେମାନଙ୍କ ଆଉ କିଛି ଉଦ୍ଦେଶ୍ୟ ରହିଛି କି ସେଗୁଡିକ ମୂଲ୍ୟହୀନ, ବିଚାରଶୂନ୍ୟ ମଣିଷ ଶିଖେଇଦେବା ବୁଦ୍ଧି ଭଳି ସେଗୁଡିକୁ ଗ୍ରହଣ କରିନିଜକୁ ବୁଦ୍ଧିମାନର ପରିଚୟ ଦେବା କେତେ ଯୁକ୍ତିଯୁକ୍ତ ନିଜେହିଁ ବିଚାର କରି ଦେଖନ୍ତୁ । କାରଣଯାହାସବୁ ଆମେ ଦୈନନ୍ଦିନ ଜୀବନରେ ଦେଖି, ଶୁଣି, ଶିଖି ନିଜର ଜ୍ଞାନ ବୃଦ୍ଧି କରିଥାଉ ସେଗୁଡିକ ଯଥେଷ୍ଟ ନୁହେଁକି ଅନେକ ସମୟରେ ବିପରୀତ ମୁଖି ହୋଇଥିବା ମଧ୍ୟ କୌଣସି ଅସମ୍ଭବ ବୁହେଁ । ତେଣୁ ଆଜିର ଏହି ପରିସ୍ଥିତରେ ପରିପାଶ୍ୱର୍ିକ ପରିବେଶରୁ ଗ୍ରହଣ କରା ଯାଉଥିବା ଜ୍ଞାନ, ବୁଦ୍ଧି, ଚରିତ୍ର, ଗୁଣ ଗୁଡିକ ପ୍ରତି ସଚେତନ ରହି ବୁଝି ବିଚାରି ଗ୍ରହଣ କରାନଗଲେ ମେହେଙ୍କାଳ ଫଳ ସଦୃଶ୍ୟ ଉପରେ ସୁନ୍ଦର ଭିତରେ ଅଙ୍ଗାର ଭଳି ନିଜର ଜ୍ଞାନକୁ ସଂକୁଚିତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ପ୍ରତ୍ୟେକ କଥାରେ, କ୍ଷେତ୍ରରେ କେବଳ ଦେୟଯୁକ୍ତ ସେବାମଧ୍ୟରେ ବିଭିନ୍ନ ଖବର ମାଧ୍ୟମ ଗୁଡିକରେ ଏହି ମାଗଣା ବୁଦ୍ଧି ବିତରଣ କରାଯାଉଥିବା ବିଷୟ ଗୁଡିକର ମୂଲ୍ୟବୋଧତା କେତେ ମାପିଜୁପି ବିଚାରକୁ ନିଆନଗଲେ ଶିଖେଇ ଦେବା ବୁଦ୍ଧିର ପରିମାଣ, ପରିଣାମ ଯାହା ହେବା କଥା ସେଇଆ ହିଁ ହେବା ଛଡା ଉପଯୁକ୍ତ ଜ୍ଞାନ ପାଇବା ଅସମ୍ଭବ । ଅଧିକନ୍ତୁ ନିଜର ରହିଥିବା ସାମାନ୍ୟ ବୁଦ୍ଧିକୁ ନଷ୍ଟକରି ବାସ୍ତବର ବିପରୀତେ କେତେକ କ୍ଷେତ୍ରରେ ବ୍ୟାପକ ଅସୁବିଧାର ସମୁଖୀନ ହେବାକୁ ପଡିପାରୋ ତେଣୁ ଆଜି ସମୟର ପରିପାଶ୍ୱିର୍କ ପରିସ୍ଥିତିକୁ ନଜର ଅନ୍ଦାଜ଼ ନକରି କାହାଠାରୁ (ବ୍ୟକ୍ତି ବିଶେଷଙ୍କ ଉପଦେଶ, ଆଲେଖ୍ୟ ହେଉକି ଗଣମାଧ୍ୟମର ଦର୍ଶନ) ଶିକ୍ଷା କରିଥିବା ବୁଦ୍ଧିକୁ ସବୁବେଳେ ସତର୍କତାର ସହିତ ବ୍ୟବହାର କରାଯିବା ବିଧେୟ । ଏବଂ ସ୍ୱଗୃହ ତୁଣର ଆନନ୍ଦ ଭଳି ନିଜସ୍ୱ ବୁଦ୍ଧିରେ ମଣିଷ ସବୁବେଳେ ସିଦ୍ଧି ଲାଭ କରିବା ନିଶ୍ଚିତତା ରହିଥାଏ ଯାହା ଅନ୍ୟଠାରୁ ଶିଖି କରିବା ସମ୍ଭାବନା ଖୁବ କମ୍ ।

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.