ମନ୍ଦିର ଖୋଲିବା ପାଇଁ ଦାବି : ଦାବି ପୂରଣ ନ ହେଲେ ଆସନ୍ତା ୧୦ରୁ ଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସୁଧୀରି ଥିବାବେଳେ ସରକାର କଟକଣାକୁ କୋହଳ କରିଛନ୍ତି । ଅନ୍ୟପଟେ ବିଭିନ୍ନ କାର୍ଯ୍ୟାଳୟ, ଦଶମ ଠାରୁ ଅଧିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ସହ ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଥିବା ବେଳେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ମନ୍ଦିର ଓ ଧର୍ମାନୁଷ୍ଠାନ ବର୍ତ୍ତମାନ ଯାଏ ବନ୍ଦ ରହି ଥିବାରୁ ସାଧାରଣ ଲୋକଙ୍କ ଉପରେ ଏକ ପ୍ରକାର ମାନସିକ ଚାପ ପଡୁଥିବା ଅଭିଯୋଗ କରିବା ସହ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ମଙ୍ଗଳବାର ଦିନ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇ ଥିବାବେଳେ ବୋଲବମ୍ କାଉଡ଼ିଆ ଶୈବ ପୀଠ ଗୁଡିକରେ ଜଳାଭିଷେକ ନିମନ୍ତେ ନିଜର ମାନସିକ ପୁରଣ ଲାଗି ପହଞ୍ଚିଥାନ୍ତେ ଯାହାକି ବର୍ତ୍ତମାନ ପରିସ୍ଥିତିରେ ତାହା ହୋଇପାରୁନାହିଁ । ଏହାସହ ଆସନ୍ତା ମାସ ୯ ତାରିଖ ସୁଦ୍ଧା ଯଦି ମନ୍ଦିର ନ ଖୋଲାଯାଏ ତେବେ ୧୦ ତାରିଖ ଠାରୁ ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ସଂଘର ସଭାପତି ରାମ କୁମାର ପାତ୍ର । ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତିଙ୍କ ସମେତ କିରଣ କୁମାର ସାହୁ, ଅଶୋକ ନିମାଇଁ, ଭଗବାନ ବାଡ଼ତ୍ୟା, ସନ୍ଦେଶ ଦାସ, କମଳ କୁମାର ପାତ୍ର, ଦେବରାଜ ନାୟକ, ସନ୍ତୋଷ ପାତ୍ର, କେ. ରବି ରାଓ, ବଡ ଜଗନ୍ନାଥ ମନ୍ଦିରର ବସନ୍ତ ପଣ୍ଡା, ତ୍ରିମୃତ୍ତି ଜଗନ୍ନାଥ ମନ୍ଦିରର ପଦ୍ମ ଚରଣ ସଥପଥୀ, ଉଦୟ ନାଥ ବେହେରାଙ୍କ ସମେତ ସଂଘର ବହୁ ଅତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା