ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବୈଠକ…

ପୋଲସରା (ସମୃଦ୍ଧ ଓଡିଶା) ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଏକ ବୈଠକ ପୋଲସରା ଲୁଣିଘାଟି ଶିବ ମନ୍ଦିର ପରିସରରେ ନଭେମ୍ବର ୮ ତାରିଖ ଦିନ ସଂଗଠନର ସଭାପତି ପ୍ରମୋଦ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା । ରାଜ୍ୟ ସରକାର ବର୍ତ୍ତମାନ ମାସିକ ପାରିଶ୍ରମିକ ୧୪୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ଆଜିର ମହଙ୍ଗା ସମୟରେ ସେମାନଙ୍କ ଦୈନିକ ପ୍ରାପ୍ୟ ବିଲାତିଆଳୁ କିଲୋ ସହ ସମାନ ହେଉଛି । ରାଜ୍ୟ ସରକାର ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ଦୈନିକ ମଜୁରୀ ହାରରେ ବୃଦ୍ଧି ପାଇଁ ଦାବୀ କରାଯାଇଛି । ଏଥିସହ କରୋନା ସହାୟତା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରବାକୁ ଦାବୀ କରାଯାଇଛି । ଏହି ଦୁଇ ମୁଖ୍ୟ ଦାବୀ ସହ ବାରଦଫା ଦାବିପତ୍ର ଜିଲ୍ଲାପାଳ, ବିଡ଼ିଓ ଏବଂ ବିଇଓଙ୍କ ଜରୀଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ବୈଠକରେ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସତ୍ୟବାନ ପ୍ରଧାନ, ଉପଦେଷ୍ଟା ଶଙ୍କର ଡାକୁଆ, କାର୍ଯ୍ୟକାରୀ ସଭାନେତ୍ରୀ ବିଷ୍ଣୁ ଭୂୟାଁ, ସମ୍ପାଦିକା ସଶ୍ମିତା ପତି, ବନିତା ନାୟକ, ଛବି ବରାଡ଼, ମଞ୍ଜୁ ପ୍ରଧାନ, ଅନିତା ଡାକୁଆ, କୁନି ବାଡତ୍ୟାଙ୍କ ସମେତ ବହୁ ପାଚିକା ଓ ସହାୟିକା ଯୋଗ ଦେଇଥିଲେ ।

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା