ଭେଲୋରା ଗ୍ରାମ୍ୟ ଵ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା ଶିବିର…

ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ଵାଲେଶ୍ଵର ଜିଲ୍ଲା ଵସ୍ତା ଵ୍ଲକ୍ ଅନ୍ତଃଗତ କୁଳିଦା ପଞ୍ଚାୟତର ଵେଲ ଗାଁ ଠାରେ ନାଵାର୍ଡ୍ ଓ ଵ୍ୟାଙ୍କର ମିଳିତ ସହଯୋଗ ତଥା ଵ୍ୟାଙ୍କର ରିଜିଓନାଲ୍ ମ୍ୟାନେଜର ଅତୁଲ କୁମାର ମହାନ୍ତି ଓ ଏଫ୍ଆଇ ଵିଭାଗର ନୋଡାଲ୍ ଅଫିସର୍ ଵିଵେକ୍ କରଙ୍କ ତତ୍ବାଵଧାନରେ ଭେଲୋରା ଗ୍ରାମ୍ୟ ଵ୍ୟାଙ୍କ ତରଫରୁ ଏକ ଆର୍ଥିକ ସାକ୍ଷରତା ଶିଵିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଶିଵିରରେ ଭେଲୋରା ଶାଖାର ଶାଖା ପ୍ରଵନ୍ଧକ ଯୋଗେଶ୍ଵର ମହାପାତ୍ର ସଭାପତିତ୍ବ କରିଵା ସହ ଗ୍ରାହକଙ୍କୁ ଵ୍ୟାଙ୍କର ଵିଭିନ୍ନ ସ୍କିମ୍, ନୂତନ ଋଣ, ସୁଵିଧା ସୁଯୋଗ, ଏଟିମ୍ କାରଵାର ଉପରେ ଆଲୋଚନା କରିଥିଲେ । ସେହିପରି ସହ ଶାଖା ପ୍ରଵନ୍ଧକ ସ୍ବରୂପ୍ ଵିଶ୍ଵାସ ଵ୍ୟାଙ୍କର ଖିଲାପି ଋଣ ଓଟିଏସ୍ ମାଧ୍ୟମରେ ପରିଶୋଧ କରିଵା ଓ ଗହଣା ଋଣ ସମ୍ବନ୍ଧରେ‌ ଗ୍ରାହକ ମାନଙ୍କୁ ଅଵଗତ କରିଥିଲେ । ଏହାପରେ ଆୟୋଜକ ତଥା ଵ୍ୟାଙ୍କର କୁଳିଦା ପଞ୍ଚାୟତ ପାଇଁ ନିଯୁକ୍ତ ଵ୍ୟଵସାୟିକ ସହଯୋଗୀ ଜନ୍ମେଜୟ ପରିଡା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଜୀଵନ ଜ୍ୟୋତି ଵୀମା, ସୁରକ୍ଷା ଵୀମା ଓ ଅଟଳ ପେନସନ୍ ଭଳି ସାମାଜିକ ସୁରକ୍ଷାରେ ଗ୍ରାହକଙ୍କୁ ଯୋଡି ହେଵା ପାଇଁ ଅନୁରୋଧ କରିଥିଲେ ଓ ସାଇଵର ଠକାମିରୁ ଦୂରେଇ ରହିଵାକୁ ସଚେତନ କରିଥିଲେ । ତା ଛଡା ସମ୍ମାନିତ ଅତିଥି ଭାଵେ ଓ୍ଵ।ଡ୍ ମେମ୍ବର ସଭ୍ୟା ପୁଷ୍ପଲତା ଜେନା, ଅଙ୍ଗନଓ୍ଵ।ଡି କର୍ମୀ ସୁଜାତା ଜେନା ଓ ଗୀତାରାଣୀ ପଣ୍ଡା, ଶିକ୍ଷକ ମାନସ ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଫୁଲ୍ଲ କୁମାର ସାହୁ, ସପନ ଵେହେରା, ସୁଦର୍ଶନ ଦଳାଇ, ରତ୍ନାକର ଜେନା, ଧ୍ରୁ ଵ ଜେନା, ଜଗନ୍ନାଥ ଜେନା ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଏହି ଵୈଠକରେ ଶତାଧିକ ଏସ୍ଏଚଜି ମହିଳା, ଋଣୀ ଓ ଅନ୍ୟ ଗ୍ରାହକ ମାନେ ଯୋଗ ଦେଇଥିଲେ ।