Breaking News

ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆନୁକୂଲ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି l ଏହି ସଭାର ସଭାପତିତ୍ୱ କରି ପୂର୍ବତନ ନଗରପାଳ ତଥା ଆଇନଜୀବି ସୁରେନ୍ଦ୍ର ମିଶ୍ର, ବିଜୁ ବାବୁଙ୍କୁ ମରୋଣାନ୍ତର ଭାରତ ରତ୍ନ ପାଇଁ ଦାବି ରଖିଥିଲେ l ବ୍ୟୟଜ୍ୟେଷ୍ଠ ବିଜେଡ଼ି ନେତା ତଥା ଆଇନଜୀବି ବସନ୍ତ ତ୍ରିପାଠୀ ବିଜୁ ବାବୁଙ୍କ ସହ ନିଜ କାର୍ଯ୍ୟର ଅନୁଭୂତି ଜଣାଇଥିଲେ l ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଆମ୍ ଆଦମୀ ପାର୍ଟି ପୌରାଧ୍ୟକ୍ଷ ପାଇଁ ଲଢ଼ୁଥିବା ଯୁବ ଶିକ୍ଷିତା ମହିଳା ନେତ୍ରୀ ସୋନାଲି ରାଉତ ଦୁର୍ନୀତି ଏବଂ ଅବ୍ୟବସ୍ଥାକୁ ଦୂର କରି ଏକ ସ୍ୱଚ୍ଛ ଏବଂ ନିର୍ମଳ ପୌରପାଳିକା ଗଠନ ଉପରେ ଗୁରୁତ୍ୱ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମତାକ୍ରାନ୍ତି ନେତା ସରୋଜ ଶତପଥି, ବିଜେଡ଼ି ଅନୁସୂଚିତ ଜାତି ଜିଲ୍ଲା ସଭାପତି କୈଳାଶ ନାୟକ, ଶିକ୍ଷାବିତ୍ ଡା. ଦେବୀପ୍ରସାଦ ମିଶ୍ର, ଅମରେନ୍ଦ୍ର ସାହୁ, ଦୟାନିଧି ବେହେରା, ଅମ୍ବିକା ପ୍ରସାଦ ମିଶ୍ର, ଅଶୋକ ସ୍ୱାଇଁ, ଦଣ୍ଡପାଣି ଦାସ, ଅଜୟ ଶଙ୍କର ମିଶ୍ର, ଚକ୍ରଧର ତରାଇ, ପ୍ରଭାତୀ ମହାପାତ୍ର, ମନ୍ମଥ ରାଓ, ଗୋକୁଳାନନ୍ଦ ମାଝୀ, ରୁଦ୍ରମାଧବ ହୋତା, ସନ୍ତୋଷ ପଣ୍ଡା, ଶଙ୍କର୍ଷଣ ରଥ, ନଗେନ୍ କର, ମୁରଲୀ ପଟ୍ଟନାୟକ ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଫୋରୁମ୍ ର ସମ୍ପାଦକ ଭରତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

%d bloggers like this: