ଭାଲିଆବୋଲ କାଟେଣୀ ଗ୍ରାମ ହେଲା ସାନିଟାଇଜ୍…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାଲିଆବୋଲ କାଟେଣୀ ଗ୍ରାମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ(ରିଜିଓନାଲ ଡେଭେଲପମେଣ୍ଟ) ହର୍ଷବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ପୁରା ଗ୍ରାମକୁ ସାନିଟାଇଜ୍ କରାଯାଇଛି l ପୂର୍ବରୁ ଚନ୍ଦ୍ରଶେଖର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଉଖମା ଗ୍ରାମକୁ ମଧ୍ୟ ସାନିଟାଇଜ୍ କରାଯାଇଥିଲା l ଏହି ଅବସରରେ ଶ୍ରୀ ସିଂହଦେଓଙ୍କ ସମେତ ଗ୍ରାମର ବହୁ ଯୁବକ ମଧ୍ୟ ଉପସ୍ଥିତ ରହିଥିଲେ l ସମାଜସେବୀ ରଣବୀର ସିଂ, ରଞ୍ଜନ ସାହୁ, କୁମାର ସାହୁ, ବ୍ରମହାନନ୍ଦ ସାହୁ ଓ ଅବିନାଶ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ l