ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବିଏମସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରଯାଇଥିଲା । ବିଏମସି ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାର୍ଶ୍ବରେ ବସ୍ତ୍ର ଉପହାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହାପରେ ଆଇନାବନ୍ଧ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ, ଡାଇମଣ୍ଡ ଜୁବୁଲି ଟାଉନ ହଲ୍ ପରିସରର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଇ-ଲାଇବ୍ରେରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଟିତ ହୋଇଥଲା । ଏଥିରେ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଉପଜିଲ୍ଲାପାଳ ଭି କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗ ନିଗମ କୋମିସନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଓ ଡେପୁଟି କୋମିସନର ରୋମାଞ୍ଚଳ ଖମାରୀ ଏବଂ ଆଶୁତୋଷ ସାମଲ ମଞ୍ଚାସୀନ ଥିଲେ । ମହାନଗର ନିଗମ ପକ୍ଷରୁ ୩୯୦ ଜଣ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯାଜନାରେ ସାମିଲ କରାଯାଇଥିବା ବେଳେ ଆଜି ୫ ଜଣ ହିତାଧିକାରୀଙ୍କୁ ତିନିମାସର ଭତ୍ତା ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ଏଠାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜସେବା ପାଇଁ ବହୁ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରଯାଇଥିଲା । ରବିନ ହୁଡ଼ ଅର୍ମି, କାହ୍ନା ଚାରିଟେବୁଲ ଟ୍ରଷ୍ଟ ରଞ୍ଜନା ମିଶ୍ର, କାଲାଞ୍ଜଳୀ ଟ୍ରଷ୍ଟ ରାମେଶ୍ୱରୀ ନନ୍ଦଙ୍କ ସମେତ ଅସହାୟ ବ୍ୟକ୍ତିଙ୍କ ସହାୟତା ସହ ପଶୁପକ୍ଷୀଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ନିଗମ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା । ସେହିପରି ମହାନଗର ନିଗମରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ଭର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ନିଗମ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା