ବ୍ରହ୍ମପୁରରେ ଭାରତ ବନ୍ଦ ଡାକରାର ପ୍ରଭାବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ କୃଷି ଓ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ୨୪ ଘଂଟିଆ ଧର୍ମଘଟର ଡାକରାକୁ ସଫଳ କରିବା ଲାଗି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ଏବଂ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ବହୁ କଂଗ୍ରେସ କର୍ମୀ ଆଜି ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟଠାରୁ ବାଇକ୍ ରାଲି କରି ବ୍ରହ୍ମପୁର ଷ୍ଟେସନ ଠାରେ ପହଞ୍ଚି ଧର୍ମଘଟର ଡ଼ାକରା ଦେଇଥିଲେ । ଏହାପରେ ନୁଆଁ ବସଷ୍ଟାଣ୍ଡ, ଗେଟ୍ ବଜାର, ପୁରଣା ବସଷ୍ଟାଣ୍ଡ, ଫାଷ୍ଟ ଗେଟ୍ ମୁଖ୍ୟ ରାସ୍ତାରେ ଧାରଣାରେ ବସିବା ସହ ରାସ୍ତା ରୋକ୍ କରିଥିଲେ । ଦରଦାମ ବୃଦ୍ଧି, ଚାଷୀ ବିରୋଧୀ କୃଷି ଆଇନ, ରେଳ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ଘରୋଇକରଣ, ଜାତୀୟ ଶିକ୍ଷାନୀତି – ୨୦୨୦ ଏବଂ ବେକାରୀକୁ ନିଯୁକ୍ତି ବିରୁଦ୍ଧରେ ଆଜି ସାରା ଦେଶରେ ବନ୍ଦ ଡ଼ାକରା ଦିଆଯାଇଥିଲା । ଏଥିପାଇଁ ଆଜି ଦୋକାନ, ବଜାର, ବ୍ୟାଙ୍କ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।  ଏହି ବିକ୍ଷୋଭରେ ଶ୍ରମିକ ନେତା ବସନ୍ତ ନନ୍ଦ, ଯୁଧିଷ୍ଠୀର ବେହେରା, ପ୍ରକାଶ ପାତ୍ର, ପୀତବାସ ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଦଣ୍ଡ ପାତ୍ର, ଚିନ୍ମୟ ହୋତା, ସଂଗ୍ରାମ ରାଉତ, ଦେବାଶିଷ ମହାନ୍ତି, ସୁପ୍ରଭା ଦାସ, ବନିତା ଘଡ଼ାଇ, ପ୍ରଭାକର ତ୍ରିପାଠୀ, ଆଲୋକ, ଟିକିନା ପ୍ରଧାନ, ମିଥୁନ ବିଶୋଇ, ପ୍ରବୀଣ ରାଉତ, ସିଦ୍ଧାନ୍ତ ସାହୁ, ସିରିଲ ସୁଲତାନ, ଭବାନୀ ସାହୁ, ବାରନିଧି ପାତ୍ର, ବୃନ୍ଦାବନ ଖଟେଇ, ବାବୁ ଦାସ, ବିଶ୍ୱଜିତ ପ୍ରଧାନ ସହିତ ବହୁତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା