ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ବିଶେଷ କରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ମାତ୍ରା ମାପିବାକୁ ଚାଲିଛି ବ୍ରହ୍ମପୁରରେ ସେରୋଲୋଜିକାଲ୍ ସର୍ଭେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି । ବ୍ରହ୍ମପୁର ସହରର ୧୦ଟି ସ୍ଥାନରେ ୫ଟି ଟିମ୍ ଦ୍ୱାରା ସର୍ଭେ କରାଯାଉଛି । କରୋନା ସଂକ୍ରମଣ ହେବା ପରେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି କି ନାହିଁ ସେ ସମ୍ପର୍କରେ ବି ତଥ୍ୟ ସଂଗ୍ରହ କରାଯିବ ବୋଲି କୁହାଯାଇଛି । ଏହାସହ ହାଇରିସ୍କ ଓ କମ୍ୟୁନିଟିରେ ୨୫୦୦ ସାମ୍ପଲ ସଂଗ୍ରହ କରାଯିବ । ଆରଏମଆରସି ଓ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେ ଏହି ସର୍ଭେ କରାଯାଉଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

Avatar

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
error: Content is protected !!
%d bloggers like this: