ବି.ବି.ହାଇସ୍କୁଲ, ଢେଙ୍କାନାଳର ୧୯୯୯ ବ୍ୟାଚ ଛାତ୍ର ଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ୪,୮୩,୦୦୦ ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ଉଜ୍ଜ୍ୱଳ ସମ୍ଭାବନାର ବିରଳ ଗୌରବ ହାସଲ କରିଛନ୍ତି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୧୯୯୯ ବ୍ୟାଚ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ୪ ଲକ୍ଷ ୮୩ ହଜାର ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ଉଜ୍ଜ୍ୱଳ ସମ୍ଭାବନାର ବିରଳ ଗୌରବ ହାସଲ କରିଛନ୍ତି । ୧୯୯୯ ବ୍ୟାଚକୁ ପ୍ରତିନିଧିତ୍ବ କରି ଅଗ୍ରଣୀ ଛାତ୍ର ନଚିକେତା ସାହୁ, ଏ.ଏନ. ପି. ଲୋପମୁଦ୍ରା, ସୁଶାନ୍ତ ପଟ୍ଟନାୟକ, ସରିତା ଦାଶ, ଶୁଭ୍ରଜିତ ମିଶ୍ର, ଶକ୍ତି ଶତପଥି, ବିଶ୍ୱ ବିକାଶ ଚୌଧୁରୀ, ଦେବାଶିଷ ପଣ୍ଡା, ଜ୍ୟୋତ୍ସ୍ନାମୟୀ ଧଳ, ରଶ୍ମିରେଖା ନାୟକ, ଜୟଲକ୍ଷ୍ମୀ ଦାଶ, ସ୍ୱାଗତିକା ରଥ, ଅନିଲ ଦାସ, ଦିଲ୍ଲେଶ୍ବର ପାତ୍ର, ଶଶିକାନ୍ତ ମିଶ୍ର, ସୁରେଶ ପତି, ଏମ୍ ଡି ମୁବାରକ, ଉପେନ୍ଦ୍ର ବେହେରା, ଶୁଭ୍ରାଂଶୁ କର, ଦେବରାଜ ଜେନା, ସୁଜିତ ପ୍ରସାଦ ସିଂହ, ସ୍ବାତି ସୁଜାତା ସ୍ବାଇଁ, ମାନସ ରଞ୍ଜନ ବଳସାମନ୍ତ, ପ୍ରଯତ୍ନ ମାହୁନ୍ତ, ପ୍ରଭାସ ସାହୁ, ରାମାଶିଷ ମିଶ୍ର, ଦେବାଶିଷ ସାହୁ, ସମୀର ସ୍ବାଇଁ, ରତ୍ନାକର ବେହେରା, ମାତୃ ପ୍ରସାଦ ସାହୁ, ନିର୍ମଳେନ୍ଦୁ ଦାଶ, ସୌମ୍ୟ ରଞ୍ଜନ ସ୍ବାଇଁ, ସୁରଭି ମିଶ୍ର, ରାଜେଶ୍ୱରୀ ନାଥ, ଉତ୍ସବ ଦେହୁରୀ, ଦୁର୍ଗା ପ୍ରସାଦ ମିଶ୍ର, ଅଭିଜିତ ହୋତା, ସୁଶାନ୍ତ ସାହୁ, ପାର୍ଥ ସାରଥି ରଥ, ଅଭୟ ରାଉତ, ସୌମ୍ୟକାନ୍ତ ଷଡ଼ଙ୍ଗୀ, ଶ୍ରୀଧର ସେନାପତି ପ୍ରମୁଖଙ୍କ ସମେତ ସେହି ବ୍ୟାଚର ବହୁ ଛାତ୍ରଛାତ୍ରୀମାନେ ଆଗେଇ ଆସି କୋଭିଡ-୧୯ ନିୟମ ସମ୍ପୂର୍ଣ୍ଣ ଅନୁପାଳନ କରି ବିଦ୍ୟାଳୟର ନବନିଯୁକ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷାସେବା, ଗ୍ରୁପ କ, କନିଷ୍ଠ ଓ ୫ଟି, ସ୍କୁଲ ପୋଷ୍ୟ ଗ୍ରହଣ ଅନ୍ତର୍ଗତ ମୋ ସ୍କୁଲ ଅଭିଯାନ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ତଥା ୧୯୮୦ ବ୍ୟାଚର ଡା.ଦେବୀ ପ୍ରସାଦ ମିଶ୍ରଙ୍କ ହସ୍ତରେ ଆଇ. ସି. ଆଇ. ସି.ଆଇ ବ୍ୟାଙ୍କ ଚେକ ମାଧ୍ୟମରେ ୧ ଲକ୍ଷ ୬୧ ହଜାର ଟଙ୍କାର ଚେକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠି ନିମିତ୍ତ ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ପ୍ରସ୍ତାବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ, ଢେଙ୍କାନାଲ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରେରିତ ହୋଇ ରାଜ୍ୟସ୍ତରରେ ଗୃହୀତ ହେଲେ ଏହାର ଦୁଇଗୁଣ ଅର୍ଥରାଶି ଅର୍ଥାତ ୩ ଲକ୍ଷ ୨୨ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ମୋ ସ୍କୁଲ ପରିଚାଳନା ସଂଗଠନରୁ ମ୍ୟାଚିଂ ଗ୍ରାଣ୍ଟ ହିସାବରେ ମିଳିପାରିବ । ଫଳରେ ଏହି ବିଦ୍ୟାଳୟର ୧୯୯୯ ବ୍ୟାଚର ଛାତ୍ରଛାତ୍ରୀ ମାନେ ପ୍ରଦାନ କରିଥିବା ଅର୍ଥରାଶି ତିନିଗୁଣ ହୋଇ ୪ ଲକ୍ଷ ୮୩ ହଜାର ଟଙ୍କାର ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ଉଜ୍ଜ୍ଵଳ ସମ୍ଭାବନର ବିରଳ ଗୌରବର ଅଧିକାରୀ ହୋଇଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ତଥା ୧୯୮୦ ବ୍ୟାଚର ପ୍ରାକ୍ତନ ଛାତ୍ର ଡା. ଦେବୀ ପ୍ରସାଦ ମିଶ୍ର ଅନ୍ୟମାନେ ମଧ୍ୟ ଏହି ଭଳି ଆଗେଇ ଆସିବାକୁ ଆହ୍ୱାନ ଜଣାଇ ସ୍ଵୀୟ ବକ୍ତବ୍ୟରେ କହିଛନ୍ତି : “ଯିଏ ମୋତେ ଶିଖାଇଥିଲା ଅ… ସେ ମୋତେ ଆଜି ହାତଠାରି ଡାକୁଛି ଆ…..ତୋ ଋଣ ଶୁଝି ଦେଇ ଯା”
“ଅର୍ଥଦାନ ତ ମହାପୁଣ୍ୟ,ଏକଥା ରଖ ମନେ ଧ୍ୟାନ”
ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ, ଓଡ଼ିଶା ତଥା ଭାରତର ଗୋଟିଏ ଅଗ୍ରଣୀ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଏହି ଅନୁଷ୍ଠାନକୁ ଭଲ ପାଉଥିବା ଅଗଣିତ ବ୍ୟକ୍ତି ବିଶେଷ ଓ ସେମାନଙ୍କର ପରିବାରର ସଦସ୍ୟ ସଦସ୍ୟା ମାନଙ୍କୁ ବିନମ୍ର ନିବେଦନ କରାଯାଇଥିଲା । ଆପଣମାନେ ଏହି ଶୁଭ ମୁହୂର୍ତ୍ତରେ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୫ଟି ଯୋଜନାରେ ସାମିଲ ହୋଇ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ସଞ୍ଚୟ ଜମାଖାତା ନଂ ୩୭୮୩୯୩୫୭୩୯୭ରେ ଆକାଉଣ୍ଟ ଜମା ଚେକ ଲେଖି, ଫୋନ ପେ, ଗୁଗୁଲ ପେ, ଆରଟିଜିଏସ ଆଦି ଯେକୌଣସି ଅର୍ଥ ପ୍ରଦାନ ମାଧ୍ୟମରେ ଯେକୌଣସି ପରିମାଣର ଅର୍ଥ ଦାନ କଲେ ତାହାର ଦୁଇଗୁଣ ଅର୍ଥ ସରକାର ପ୍ରଦାନ କରିବେ ଓ ତାହା ସହିତ ବିଦ୍ୟାଳୟକୁ ୩୫ ଲକ୍ଷ ଟଙ୍କାର ୫ଟି ଗ୍ରାଣ୍ଟ ମିଳିବ । ଆମ ବିଦ୍ୟାଳୟକୁ ଅତି କମରେ ୫ ଲକ୍ଷ ଅର୍ଥରାଶି ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାକୁ ସମ୍ପୂର୍ଣ୍ଣ କଲେ ବିଦ୍ୟାଳୟକୁ ମୋଟ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ଓଡ଼ିଶା ସରକାରଙ୍କ ଠାରୁ ମିଳିପାରିବ ଯେଉଁଥିରେ କି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ । ଆସନ୍ତୁ ଯଥାଶୀଘ୍ର ଏଥିରେ ସାମିଲ ହେବା, ବିଦ୍ୟାଳୟର ଋଣ ସୁଝିବା ଓ ଏହାର ସର୍ବାଙ୍ଗୀନ ବିକାଶରେ ଭାଗିଦାରୀ ହେବା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ୧୯୭୯ ବ୍ୟାଚ ପ୍ରାକ୍ତନ ଛାତ୍ରୀ ସ୍ଵର୍ଣମୟୀ ଶତପଥୀ, ଶ୍ୱେତପଦ୍ମା ମିଶ୍ର, ଶିକ୍ଷକ ସୁଭାଷ କୁମାର ନନ୍ଦ, ପ୍ରାକ୍ତନ ଛାତ୍ର ତଥା ବର୍ତ୍ତମାନର ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ପ୍ରମୁଖ ଚେକ ହସ୍ତାନ୍ତର ସମୟରେ ଉପସ୍ଥିତ ରହି ୧୯୯୯ ବ୍ୟାଚର ଛାତ୍ରମାନଙ୍କୁ ଉତ୍ସାହିତ କରି ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଅନ୍ୟମାନେ ମଧ୍ୟ ଏହିଭଳି ଅନୁପ୍ରାଣିତ ହୋଇ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବୋଲି ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।