ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ସଚେତନତା ରାଲି…

ବ୍ରହ୍ନପୁର (ସମୃଦ୍ଧ ଓଡିଶା) ବିଶ୍ୱ ମଧୁମେହ ଦିବସ ରୂପେ ନଭେମ୍ବର ମାସ ୧୯ ତାରିଖକୁ ପାଳନ କରାଯାଏ । ଆଜି ବ୍ରହ୍ମପୁରରେ ଏହି ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ଡାଏବେଟିସ ଆଣ୍ଡ ଏଣ୍ଡୋକେୟାର ମୁଖ୍ୟ ଡ଼. ସୁନୀଲ କୋଟା ଓ ରୋୟାଲ ଫାର୍ମାସି କଲେଜ ତରଫରୁ ଏକ ସଚେତନତା ରାଲି ବ୍ରହ୍ମପୁର ଖଲିକୋଟ କଲେଜ ଠାରୁ ଆରମ୍ଭ କରାଯାଇ ଡାକ ବାଜି ଦ୍ୱାରା ସହରର ସୁବାରାଓ ଛକ, ଖିଷ୍ଟିଆନ ହସ୍ପିଟାଲ, ଟାଟାବେଞ୍ଚ ଛକ, ବିଜିପୁର, ଅନ୍ଧପସରା ରୋଡ, ଗୋଶାଣୀନୂଆଗାଁ ପରିକ୍ରମା କରାଯାଇଥିଲା । ଏହି ରାଲିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ସମ୍ମାନିତ ଅତିଥି ଭାବେ ବିଏମସି କମିଶନର ଡ଼. ସିଧେଶ୍ୱରବଳିରାନ ବlନ୍ଦୋର ଓ ଉପଜିଲ୍ଲାପାଳ କ୍ରୀତିଭସନ ଯୋଗଦେଇ ପ୍ରତ୍ୟେକ ଦିନ ଏକ ଘଣ୍ଟା ବ୍ୟାୟାମ କରିବା ଓ ଖାଉଥିବା ଖାଦ୍ୟ ନିୟନ୍ତ୍ରଣ କରିଲେ ମଧୁମେହ ରୋଗ ହୁଏ ନାହିଁ, ଏହି ରୋଗ ଯାହାକୁ ହୁଏ ସହଜରେ ଭଲ ହୁଏ ନାହିଁ, ଯିଏ ଏହି ରୋଗରେ ପୀଡିତ ତାହାର କିଭଳି ଚିକିତ୍ସା କରାଗଲେ ରୋଗୀ ନିଜର ନିୟନ୍ତ୍ରଣରେ ରହି ପାରିବ ତାହା ସଚେତନ ମାଧ୍ୟମରେ ଅବଗତ କରାଇଥିଲେ ଡ଼. ସୁନୀଲ କୋଟା । ରୋୟାଲ ଫାର୍ମାସି କଲେଜର ପ୍ରିନସିପାଲ ଡ଼. ଭିଭି. ରବି କୁମାର ଉପାଦକ୍ଷ ଡ଼. ନିରଞ୍ଜନ ପାତ୍ର ଓ କଲେଜର ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଡାଏବେଟିସ ଆଣ୍ଡ ଏଣ୍ଡୋକେୟାର କ୍ଲିନିକର ସମସ୍ତ କର୍ମଚାରି ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା