ବିଶିଷ୍ଟ ସମାଜସେବୀଙ୍କ ପରଲୋକରେ ବାଚସ୍ପତିଙ୍କ ପୁଷ୍ପାଞ୍ଜଳି ଅର୍ପଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନିବାସୀ ବିଶିଷ୍ଟ ସମାଜସେବୀ ଅଚ୍ୟୁତ ରାମ ସାବତଙ୍କ ଆଜି ଏକାଦଶ ଅବସରରେ ବ୍ରହ୍ମପୁର ସହର ହିଲପାଟଣା ସ୍ଥିତ ମହାନ ସଙ୍ଘର ସଭାପତି ତଥା ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ପିତା ଅଚ୍ୟୁତରାମ ସାବତଙ୍କ ବିୟୋଗରେ ସମବେଦନା ଜଣାଇବା ପାଇଁ ଓଡିଶା ବିଧାନସଭା ବାଚସ୍ପତି ଡଃ. ସୁର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଛନ୍ତି । ବାଚସ୍ପତି ସ୍ୱର୍ଗତ ଅଚ୍ୟୁତରାମଙ୍କ ତିରୋଧାନରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦୁଃଖରେ ଭାଙ୍ଗି ପଡିଥିବା ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ବାଚସ୍ପତିଙ୍କ ସମେତ ଉପସ୍ଥିତ ବହୁ ମାନ୍ୟଗଣ ବ୍ୟକ୍ତି ପ୍ରାର୍ଥନା କରିଥିଲେ । ସୁବାସ ଚନ୍ଦ୍ର ସାବତ, ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ, କୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ସାବତ, ବିଭୂତି ସାବତ, ବିକ୍ରମ ସାବତ, ବିକାଶ ସାବତ, ଅଳକ। ସାବତ, ପ୍ରଦୀପ ଚୌଧୁରୀ, ମୋନୋଜ୍ ସାବତ ଜ୍ୱାଇଁ ଡ୍ ବିନୋଦ ସାବତ ଭାଇ ଅଭିରାମ ସାବତ ନାତି ବିକାଶ ସାବତ ନାତୁଣୀ ବିସ୍ମିତା ସାବତ, ସଞ୍ଜୟ ମହାରଣା, ଜିତେନ୍ଦ୍ର ମୁନି, ସଞ୍ଜୟ ମାଝୀ, ସୁରେଶ ତ୍ରିପାଠୀଙ୍କ ସମେତ୍ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିଲେ । ଶ୍ରୀ ସାବତଙ୍କ ବିୟୋଗରେ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସାମେତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ ।