ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ…

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା ଦୈନିକ ମଜୁରୀ କରି ପେଟ ପାଟଣା ଚଲାଉଥିବା ପରିବାରଙ୍କ ସମସ୍ୟା ଉତ୍କଟ ହୋଇଛି । ଏଭଲି ସ୍ଥିତିରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲ ଗ୍ରାମ ପଞ୍ଚାୟତର ଡୁଙ୍ଗୁରୀପାଲି ଗ୍ରାମର ୩୦ଟି ପରିବାରକୁ ଯେଉଁମାନେ ଗତ ୨ ବର୍ଷ ତଳେ ବିପିଏଲ ବିଦ୍ୟୁତ ସଂଯୋଗ ପାଇଥିଲେ । ପ୍ରତି ପରିବାର ଠାରୁ ୫ ହଜାର ଟଙ୍କା ଲେଖାଏଁ ବିଦ୍ୟୁତ ବିଲ ଦେବାକୁ କହି ଏ ପରିବାରର ବିଦ୍ୟୁତ ସଂଯୋଗକୁ ପାଇକମାଲ ୱେସକୋ(ବିଦ୍ୟୁତ) ବିଭାଗ କାଟି ଦେଇଛି । ଦେୟ ବାବଦରେ ଆଗରୁ କୌଣସି ନୋଟିସ ନ ଦେଇ ହଠାତ୍ ଗତ ତା ୪-୮ ରିଖ ଦିନ ୱେସକୋ ଲାଇନ୍ ମେନ ଏ ସମସ୍ତ ଘରର ବିଦ୍ୟୁତ ସଂଯୋଗ କାଟି ଦେଲେ ବୋଲି ଅଭିଯୋଗ ହୋଇଛି । ଏହାସହ ବିପିଏଲ ଆଧାରରେ ବିଦ୍ୟୁତ ସଂଯୋଗ ପାଇ ଥିବା ଏହି ୩୦ଟି ପରିବାର ପ୍ରାୟ ସମସ୍ତେ ଆଦିବାସୀ ଓ ଦଳିତ ସଂପ୍ରଦାୟର ବିପିଏଲ ପରିବାରର ଅଟନ୍ତି ବୋଲି ଜଣାପଡିଛି । ଏହିମାନେ ଦୈନିକ ମଜୁରୀ କଲେ ପରିବାରର ଗୁଜରାଣ ମେଣ୍ଟାଉଥିବା ବେଳେ ଏ କରୋନା ମହାମାରୀ ବେଳେ ବିଦ୍ୟୁତ ସଂଯୋଗ କାଟି ଦେବା ଓ ପ୍ରତି ପରିବାର ୫ ହଜାର ଟଙ୍କା ବିଦ୍ୟୁତ ଦେୟ ଦେବାକୁ ତାଗିତ କରିବା ବୋଝ ଉପରେ କରୋନା ମାଡ ସଦୃଶ । ଏନେଇ ପାଇକମାଲ ୱେସକୋ ଏସଡିଓ ପୁରନ୍ଦର ସାହୁଙ୍କୁ ଭେଟି ତୁରନ୍ତ ବିଦ୍ୟୁତ ସଂଯୋଗ କରନ୍ତୁ ନଚେତ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଆମରଣ ଅନଶନରେ ବସିବୁ ବୋଲି ଚେତାବନୀ ଦେଇଥିବା ସର୍ବଶ୍ରୀ ରୋହିତ ଧରୁଆ, ତୁଲାରାମ ଛତର, ଭଗବତୀ ବିଭାର, ଲାବଣ୍ୟ ପାଣ୍ତେ, ଯାମା ଭୋଇ ଲିଖିତ ଭାବେ ଜଣାଇଥିବା ଜଣାଯାଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ