ବିପଦ ସଂକୁଳ ପୌରପାଳିକା କାର୍ଯ୍ୟାଳୟ : ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୭ବର୍ଷ ତଳେ ନିର୍ମାଣ ହୋଇଥିବା ଜଳେଶ୍ୱର ବିଜ୍ଞାପିତ ପରିଷଦର ଗୃହରେ ଆଜି ଚାଲିଛି ପୌରପାଳିକା କାର୍ଯ୍ୟାଳୟ । ଗୃହଟି ବିଭିନ୍ନ ସ୍ଥାନରେ ଫାଟି ଆଁ କରିଥିବା ବେଳେ ଛାତର ପୋଲସ୍ତରା ଖସି ଚେୟାର ଟେବୁଲ ଭାଂଗିବା ଓ କର୍ମଚାରୀ ଏବଂ ଜନସାଧାରଣ ଆହତ ହେବା ସେଠାରେ ନୂଆକଥା ନୁହେଁ । ବର୍ଷା ହେଲେ ପାଣି ଗଳୁଥିବା ବେଳେ ସ୍ଥାନ ଅଭାବରୁ ୧୭ଟି ୱାର୍ଡର ନିର୍ବାଚତ ପ୍ରତିନିଧିମାନେ ବସିବାକୁ ସ୍ଥାନ ହୁଏ ନିଅଣ୍ଟ । ଭଂଗା ଝରକା ଯୋଗୁଁ ଫାଇଲପତ୍ର ଚୋରୀ ହେବାବେଳେ ଫାଟ କାନ୍ଥରୁ ବାହାରିଥାଏ ବିଷଧର ସର୍ପ । ଗତ ୨ ଦିନ ତଳେ ପୋଲସ୍ତରା ପୁଣି ଖସିବାରୁ ଆଜି ପୌରପାଳିକା କର୍ମାରୀଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି । ଏପରି ବିପଦ ସଂକୁଳ କାର୍ଯ୍ୟାଳୟରେ ବସି କାର୍ଯ୍ୟ ସମ୍ପାଦନ କରିବା ସମ୍ଭବ ନୁହେଁ ବୋଲି ସେମାନେ ଆଜି ଜିଲାପାଳଙ୍କୁ ଲିଖିତଭାବେ ଜଣାଇଛନ୍ତି । କର୍ମଚାରୀ ପ୍ରଣବ ରଂଜନ ଆଚାର୍ଯ୍ୟ, ସୁବଲ କୁମାର ସାହୁ, ଅନୟ ବ୍ରହ୍ମ, କିଶୋର ଚମ୍ପତ୍ତି, ନରେନ୍ଦ୍ର ବାରିକ, ସାରଦା ପ୍ରସନ୍ନ ବେହେରା ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା