ବିଜେପି ତରଫରୁ ସେବା ସପ୍ତାହ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନକୁ ସେବା ସପ୍ତାହ ରୂପେ ପାଳିତ ହେଉଛି । ଏହି ଅବସରରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ସେବା ସପ୍ତାହ ପାଳନ କରାଯାଉଛି l ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସେବା ସପ୍ତାହ ପାଳିତ ହେବ । ସେହି ପରିପ୍ରେକ୍ଷୀରେ ଆଜି ଗନ୍ଦିଆ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଏକ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୋଟ ୮୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବେଜେପି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ରକ୍ତଦାତା ମାନକୁ ସେବା ମାନପତ୍ର ପ୍ରଦାନ କରିଥିଲେ,ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ଲେଙ୍କା, ଉପସଭାପତି ରତିକାନ୍ତ ସାହୁ, ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ନବକିଶୋର ଗୁରୁ ଯୁବମୋର୍ଚ୍ଚା ସମ୍ପାଦକ ମହାଦୀପ ଯଶୋବନ୍ତ ମହିମା, ମଣ୍ଡଳ ସଭାପତି ଲଳିତ ଦାସ, ପ୍ରଦୀପ ଦାସ ଶୈଳେନ୍ଦ୍ର ସିଂ, ଶତ୍ରୁଘନ ରାଉତ, ନିର୍ମଳ ବିହାରୀ, ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସଂକଳ୍ପ ଦାସ, ଆଇନଜୀବୀ ରାହୁଲ ରାୟ ମହାଳିକଙ୍କ ସହଯୋଗରେ ଏହି ମହତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ସେବା ସପ୍ତାହ ବ୍ୟାପି ନୁହେଁ ବରଂ ବର୍ଷ ତମାମ ଲାଗି ରହିବ ବୋଲି କହିଛନ୍ତି । ଉନ୍ନତି ମୂଳକ କାର୍ଯ୍ୟକ୍ରମ କରି ସେବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଦଳୀୟ କାର୍ଯ୍ୟକର୍ତ୍ତା l ନିର୍ବାଚନ ମଣ୍ଡଳିଳ ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।