ଫ୍ଲଡ଼ଲାଇଟ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରବିବାର ଠାରୁ ୧୧ତମ ଫ୍ଲଡ଼ଲାଇଟ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା । ଏହି କାର୍ଯ୍ୟକ୍ରମ ଆଲଫା ସୋଟି କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ୯ଟି ଦଳ ଭାଗ ନେଇଛନ୍ତି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲିବ ବୋଲି ଉକ୍ତ କ୍ଳବ୍ ପକ୍ଷରୁ ସୂଚନା ମିଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଥମ ମ୍ୟାଚ୍ ଆଇସିସି (ଇଚ୍ଛାପୁର) ସହ ବ୍ରହ୍ମପୁର ଜୁନିଅର କ୍ରିକେଟ କ୍ଲବ (କେସିସି) ମଧ୍ୟରେ ହୋଇଥିଲା । ଇଚ୍ଛାପୁର ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା । ଜବାବରେ କେସିସି ୨୦ ଓଭର ଖେଳି ୫ ୱିକେଟ ହରାଇ ମାତ୍ର ୧୨୪ ରନ୍ କରିପାରିଥିଲେ । ଇଚ୍ଛାପୁର ଟିମ୍ ୪୮ ରନରେ ବିଜୟୀ ହୋଇଥିଲା । ସେହିପରି ୨ୟ ମ୍ୟାଚ୍ ବ୍ରହ୍ମପୁରର ଅଲଫା ସ୍ପୋଟିଂ କ୍ଳବ୍ ଓ ନବରଙ୍ଗପୁରର ରୟାଲ କ୍ରିକେଟ କ୍ଳବ୍ ମଧ୍ୟରେ ହୋଇଥିଲା । ଏଥିରେ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ୨୦ଓଭରରେ ୭ ୱିକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା (ବ୍ରହ୍ମପୁର)ର ଅଲଫା ସ୍ପୋଟିଂ କ୍ଳବ୍ । ଜବାବରେ (ନବରଙ୍ଗପୁର)ର ରୟାଲ କ୍ରିକେଟ କ୍ଳବ୍ ୨୦ ଓଭର ଖେଳି ୭ ୱିକେଟ ହରାଇ ମାତ୍ର ୧୦୭ ରନ୍ କରିପାରିଥିଲେ । ବ୍ରହ୍ମପୁରର ଅଲଫା ସ୍ପୋଟିଂ କ୍ଳବ୍ ଟିମ୍ ୮୨ ରନରେ ବିଜୟୀ ହୋଇଥିଲା । ଅଲଫା ସୋଟିଂ କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଏମ୍‌ସି କମିଶନର ଡ.ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଓଡ଼ିଶା କ୍ରିକେଟ ଆସୋସିଏସନ୍ ସିଇଓ ସୁବ୍ରତ ବେହେରା, ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ, ସୁରେନ୍ଦ୍ର ମହାରଣା, ଜୀବନ ବିନ୍ଦୁ ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାସ ମହାରଣା, ଯୁବ ବିଜେଡି ନେତା ରଜନୀଶ ମିଶ୍ର, ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା, ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଗଞ୍ଜାମ ଜିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଅଶୋକ ସାହୁ, ବିଜେଡି ଜିଲ୍ଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହି, ମୁକୁନ୍ଦ ଗୌଡ଼, ଅମିତ ଦାସ, ସମବାୟବିତ୍ ସୁଧିର ରାଉତ, ଜଗନ୍ନାଥ ସାବତ, ମହିଳା ନେତ୍ରୀ ଲକ୍ଷ୍ମୀ ପ୍ରିୟା ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।