ଫସି ରହିଛନ୍ତି ୪ଟି ହାତୀ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଉପଖଣ୍ଡ ଘନାମାଲ ଠାରେ ଫସିରହିଛନ୍ତି ଚାରିଗୋଟି ହାତୀ । ରାତିରେ ଝାଞ୍ଜ ପାହାଡ଼ରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପହାଡ଼କୁ ଅତିକ୍ରମ କରୁଥିଲେ ଏହା ତାଙ୍କର ନିତିଦିନିଆ ରାସ୍ତା । ହେଲେ ଏହାର ମଝିରେ ରହିଛି ଅଙ୍ଗନଦୀ, ଏବେ ନଦୀରେ ବେଶିପାଣି ଆସୁଥିବାରୁ ହାତୀ ନଦୀପାର ହୋଇ ପାରିଲେଣି । ଏହି ଚାରି ଗୋଟି ହାତିରୁ ଦୁଇଟି ହାତୀ ଛୁଆ ହୋଇଥିବାରୁ ନଦୀପର କରି ପାରିନଥିଲେ । ସକାଳ ହେବାରୁ ଲୋକଙ୍କ ନଜରରେ ଆସିଥିଲେ, ଲୋକଙ୍କ ଗହଳି ଦେଖି ନଦୀପାର ନହୋଇ ପାଖରେ ଥିବା ଘନାମାଲ ଗ୍ରାମରର ଗ୍ରାମ୍ୟ ଜଙ୍ଗଳରେ ଅଟକି ଯାଇଛନ୍ତି । ଏହି ହାତୀ ପଳରେ ଦୁଇଟି ମାଇ ହାତୀ ଓ ହୁଇଟି ଛୁଆ ଅଛନ୍ତି । ହାତୀକୁ ଦେଖି ଲୋକଙ୍କ ଭିଡ଼ ଜମୁଛି, ତେଣୁ ବନବିଭାଗ ଲୋକଙ୍କୁ ହାତୀଠୁ ଦୂରରେ ରହିବା ପାଇଁ ସତର୍କ କରୁଛି ଏବଂ ଆଖପାଖର ଗାଁରେ ମଧ୍ୟ ଲୋକଙ୍କୁ ସତର୍କ କରାଉଛି ।

ରିପୋର୍ଟ – ନିରୋଜ କୁମାର ପାଣୀ