ପ୍ରାର୍ଥୀପତ୍ର ଦାଖଲ କଲେ ବଡମାଧପୁର ପଞ୍ଚାୟତ ସରପଞ୍ଚରେ ଅର୍ଚ୍ଚନା ଓ ସମିତି ସଭ୍ୟରେ ଶାରଦା…

ଛତ୍ରପୁର (ସମୃଦ୍ଧ ଓଡିଶା) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ଜାନୁଆରୀ ୧୭ ତାରିଖରୁ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ ଶୁକ୍ରବାର ପଞ୍ଚମ ଦିନ ଅର୍ଥାତ୍ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ୨୧ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀଙ୍କ ଧର୍ମପତ୍ନୀ ଏସ୍ ଶାରଦା ରେଡ୍ଡୀ ଶୁକ୍ରବାର ଛତ୍ରପୁର ଲୋଏର ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଗୁରୁବାର ବଡମାଧପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଅର୍ଚ୍ଚନା କୁମାରୀ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡ଼ି ପୂର୍ବତନ ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ପୂର୍ବତନ ବିଜେଡି ବ୍ଲକ ସଭାପତି ସ୍ୱପ୍ନେଶ୍ୱର ନାହାକ, ଛାତ୍ର ବିଜେଡି ନେତା ଅଜିତ ସ୍ୱାଇଁ, ଏସ୍ ଦୁର୍ଯୋଧନ ରେଡ୍ଡୀ, ଟି. ଡମ୍ବରୁ ରେଡ୍ଡୀ, ଶିବ ଶଙ୍କର ସେଠୀଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା