ପ୍ରଶାସନ ପକ୍ଷରୁ ଛତ୍ରପୁର ଏନଏସିରେ ହେବାକୁ ଥିବା ୧୬ଟି ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଜାଗା ଚିହ୍ନଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସିରେ ମୋଟ ୨୬ଟି ଅଙ୍ଗନବାଡି କେନ୍ଦ୍ରରୁ ୧୦ଟିର କାର୍ଯ୍ୟ ପୂର୍ବରୁ ଚାଲିଥିବାବେଳେ ଆଉ ୧୬ଟି କେନ୍ଦ୍ର ନିମନ୍ତେ ସୋମବାର ଦିନ ସରକାରୀ ଜାଗା ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାସ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଆରଆଇ ରବିନ୍ଦ୍ର ପଣ୍ଡା, ସୁପରଭାଇଜର (ତହସିଲ ଅଫିସ୍‌) ଜି.ହରିକୃଷ୍ଣ ଓ ଅଙ୍ଗନବାଡି କର୍ମୀ ମଂଜୁବାଳା ପାଣିଗ୍ରାହୀଙ୍କ ସମେତ ବହୁ ଅଙ୍କନବାଡି କର୍ମୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା