ପ୍ରବୀଣ ଶିକ୍ଷକ ଶ୍ରୀହରୀ ଚରଣ ଗିରିଙ୍କ ୯୦ବର୍ଷରେ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ବଜାରରେ ଅବସ୍ଥାନ କରି ଆସୁଥିବା ପ୍ରବୀଣ ଶିକ୍ଷକ ଶ୍ରୀକାନ୍ତ ଚରଣ ଗିରିଙ୍କର ୯୦ ବର୍ଷ ବୟସରେ କରୋନାରେ ପରଲୋକ ହୋଇଥିବା ଜଣାଯାଇଛି । ଫଳରେ ଜଳେଶ୍ୱର ଅଂଚଳରେ ପ୍ରାଥମିକ ଶିକ୍ଷକ ମହଲରେ ଶୋକ ପ୍ରକାଶ ପାଇଛି । ରାଇବଣିଆ ଥାନା ଅନ୍ତର୍ଗତ ଚମାରଗାଁ ପଂଚାୟତର ଘୋଳାଇ ଗାଁରେ ୧୯୩୦ ମସିହା ଏପ୍ରିଲ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପରେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସ୍ଥାନରେ ତାଙ୍କ ଦର୍ଶନ ସଂପର୍କରେ ଆଲୋଚନା କରି ଆସୁଥିଲେ । ସେ ୧୯୯୦ ମସିହାରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଜଣେ ଗ୍ରାମୀଣ ବିଚାରକ, ପରପୋକାରୀ, ମେଳାପି, ଆଦର୍ଶ କର୍ତ୍ତବ୍ୟରତ ଶିକ୍ଷକ ଭାବେ ସମସ୍ତଙ୍କ ଠାରେ ଜଣାଶୁଣା । ଗତ ୨୫ ତାରିଖରେ ସେ ହଠାତ୍ ଅସୁସ୍ଥ ହେବାରୁ ଜଳେଶ୍ୱର ହସ୍‌ପିଟାଲରେ କୋଭିଦ୍ ଟେଷ୍ଟରେ ପଜେଟିଭ୍ ଜଣାଯିବା ପରେ ୨୬ ତାରିଖରୁ ବାଲେଶ୍ୱର ସଦରସ୍ଥିତ କୋଭିଦ୍ ହସ୍‌ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି ହୋଇଥିଲେ । ସେହି ଦିନ ଅପରାହ୍ନ ୧ଟା୧୫ରେ ପରଲୋକ ଘଟି ଯାଇଛି । ତାଙ୍କୁ ଗାଁ ସ୍ମଶାନାରେ ବଡପୁଅ ନିଶିକାନ୍ତ ଗିରି ମୁଖାଗ୍ନି ଦେଇଥିବା ଜଣାଯାଇଛି ।