ପ୍ରଧାନମନ୍ତ୍ରୀ ଜନଔଷଧି ବ୍ୟବସ୍ଥା ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କମ୍ ମୂଲ୍ୟରେ ଦରକାରୀ ଔଷଧ ଜନସାଧାରଣଙ୍କୁ ଯୋଗାଇବା ପ୍ରଧାନମନ୍ତ୍ରୀ ଜନଔଷଧି ବ୍ୟବସ୍ଥାର ଲକ୍ଷ୍ୟବୋଲି ଆଜି ଜଳେଶ୍ୱର ଇନ୍ ହୋଟେଲ ଠାରେ ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ସେଠାରେ ମଧୁଛନ୍ଦା ମହାନ୍ତିଙ୍କ ପ୍ରଯୋଜିତ ଏପରି ଏକ ବ୍ୟବସ୍ଥାକୁ ପୌର ଅଧିକାରୀ ଅଜୟ ମହାପାତ୍ର ଓ ଉପଜେଲର ଅନୁସୂୟା ଷଡଙ୍ଗୀ ଉଦ୍‌ଘାଟନି କରିଛନ୍ତି । କେତେକ କମ୍ପାନୀ ଔଷଧର ମୂଲ୍ୟବୃଦ୍ଧି କରି ଚାଲିଥିବା ବେଳେ ରୋଗୀ ଓ ଜନସାଧାରଣଙ୍କୁ କମ୍‌ ମୂଲ୍ୟରେ ଔଷଧ ଯୋଗାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଜନଔଷଧି ବ୍ୟବସ୍ଥା ଆରମ୍ଭ ହୋଇଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନ୍‌ଜିବି ଚିନ୍ମୟ ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି, ଡ. ଅଜିତ୍ ମହାନ୍ତି, ଓଷ୍ଟର ପୂର୍ବତନ ଯୁଗ୍ମ ସଂପାଦକ ଅକ୍ଷୟ ମିଶ୍ର, ସତ୍ୟମୟ ଆଚାର୍ଯ୍ୟ, ଅରୁଣ ବେଜ, କମଳ ଚକ୍ରବର୍ତ୍ତୀ, ଶରତ ପରିଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ମଧୁ ଛନ୍ଦା ମହାନ୍ତି ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା