ପୌରପାଳିକା ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ବାର୍ତ୍ତା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳର ପୌରପାଳିକା ତରଫରୁ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରଚାର କରାଯାଇଛି । ଲୋକମାନେ କିଭଳି ଭାବେ ସାମାଜିକ ଦୂରତା ରକ୍ଷା କରିବେ, ମାସ୍କ ପିନ୍ଧିବେ, ଆବଶ୍ୟକତା ନଥିଲେ ଘରେ ରହିବେ, ଦୋକାନୀ ମାନେ କରୋନା ଗାଇଡ଼ ଲାଇନ ମାନି ବେପାର କରିବେ ଏଥିପ୍ରତି ଧ୍ୟାନ ଦିଆଯାଇଛି । ସହରାଞ୍ଚଳ ମଧ୍ୟରେ ପୌରପାଳିକାର ସହଯୋଗରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ପ୍ରଚାର କରାଯାଇଥିବା ଜଣାପଡିଛି ।