ପୁଣି ମିଳିଛି ଟୁଇଟରର ସଫଳତା : ସାମାଜିକ ସାଂସ୍କୃତିକ ବିକାଶ ସଂଘ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପୁଣି ମିଳିଛି ଟୁଇଟରର ସଫଳତା ବୋଲି ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ସଂଘର ସଦସ୍ୟମାନେ ବେଲଟିଗିରିର ଗୁଲୁରି ଷେଣ୍ଢଙ୍କ ପାଖକୁ ଯାଇଥିଲେ । ତାଙ୍କୁ କିଛି ଶୁଖିଲା ଖାଦ୍ୟ ଦେବା ସହିତ ତାଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସମୟ ଅଭାବରୁ ତାଙ୍କ ପାଖକୁ ଆସି ପାରି ନ ଥିଲୁ ବୋଲି କହିଥିଲେ । ଏହାସହ ଆଜି ଜାଣିବାକୁ ପାଇଥିଲେ ଯେ ତାଙ୍କର ୫୦୦ ଭତ୍ତା ଟି ୭୦୦ ହୋଇଯାଇଛି ଓ ତାଙ୍କ ୫କେଜି ଚାଉଳ, ଟି ୩୫ କେଜି ଅନ୍ତୋଦୟ ହୋଇଯାଇଅଛି ଏବଂ ଅନ୍ୟଏକ ସଂଗଠନ ମାଉସୀଙ୍କୁ ଏକ କୁତ୍ରିମ ଗୋଡ଼ ଦେଇ ଯାଇଛନ୍ତି । ଏହି ବୃଦ୍ଧା ବ୍ୟକ୍ତିଙ୍କ ସମସ୍ତ ସମସ୍ୟା ସମ୍ପକରେ ସଂଘ ପକ୍ଷରୁ ଟୁଇଟ କରି ପ୍ରସାର କରାଯାଇଥିଲା ଏହି ଖବର ପାଇଁ ସେହି ବୃଦ୍ଧାଙ୍କ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିବାରୁ ଟୁଇଟରର ସଫଳତା ମିଳିଥିବା କହିବା ସହ ଏଥିପାଇଁ ସଂଘ ପକ୍ଷରୁ ବେଲ୍ଟିଗିରି ସରପଞ୍ଚଙ୍କୁ ଓ ଏଥି ନିମନ୍ତେ ସାହାଯ୍ୟ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଛି । ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସର୍ବଦା ପ୍ରୟାସ ରହିଛି କିପରି ଜଣେ ଲୋକଙ୍କର ସମ୍ପୂର୍ଣ୍ଣ ରୂପେ ସମସ୍ୟାର ସମାଧାନ କରେଇବା । ସର୍ବଦା ସବୁଜାଗାରେ ଖାଦ୍ୟ ଦେବା କାହା ପାଖେ ବି ସମ୍ଭବ ନୁହଁ । ତେଣୁ ହିତାଧିକାରୀ କିପରି ସରକାରଙ୍କ ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ ସେଇ କାର୍ଯ୍ୟ ଆମେ କରିବାର ଛୋଟିଆ ପ୍ରୟାସ କରୁଅଛୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ରିପୋର୍ଟ : ଶୁଭମ ପାଣି