ପାରଳା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର : ନବୀକରଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପାରଳା ମହାରାଜା ଅମଳର ପୁରାତନ ଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଶେଷ ସପାନରେ ପହଞ୍ଚିଛି । ଏହି ଅବସରରେ ଭିର୍ତ୍ତିଭୂମିର ଶେଷ ଶିଳା ସ୍ଥାପନ ସମୟରେ ପାରଳା ରାଜକୁମାରି କଲ୍ୟାଣି ଦେବୀ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ସେହିପରି ଏହି ପ୍ରଥମ ପର୍ଯ୍ୟାୟରେ ସମସ୍ତ ଅନୁଦାନ ଯୋଗାଇଥିବା ବିଶିଷ୍ଟ ବ୍ୟବସାୟୀ ଦୁର୍ଗମାଧଵ ପାଣିଗ୍ରାହୀ ଏଥିରେ ଉପସ୍ଥିତ ଥିଲେ । ଏହି ପୁରାତନ ମନ୍ଦିର ଦୀର୍ଘ ଦିନ ହେବ ନବୀକରଣ ପାଇଁ କାର୍ଯ୍ୟ ଚାଲିଥିବା ବେଳେ ଏହା କିପରି ଶେଷ ହେବ ସେଥିପାଇଁ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ମନ୍ଦିର ପରିସରରେ ଦୀପ ଧୂପ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ପୁରାତନ ଜଗନ୍ନାଥ ମନ୍ଦିର ଓଡ଼ିଶାର ନବନିର୍ମାତା ପାରଳା ମହାରାଜାଙ୍କ ଏକ ଐତିହାସିକ କୃତିତ୍ୱ ଭାବେ ବେଶ ପରିଚିତ ଅଟେ ।