ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଆଦିବାସୀ କ୍ଲବର ଭିତ୍ତିପ୍ରସ୍ତର ସ୍ଥାପନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ମାଳଗଡିଆ ଆଦିବାସୀ ସାହିଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଏକ ଆଦିବାସୀ କ୍ଲବର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଭିତ୍ତି ପ୍ରସ୍ତର ସ୍ଥାପନ କରି ସରପଞ୍ଚ ସୁଭସ୍ମିତା ଦାସ ଆଦିବାସୀ ଭାଇ ଭଉଣୀଙ୍କ ସହିତ ସୁସମ୍ପର୍କ ଓ ଭାଇଚାରା ସୃଷ୍ଟି କରିବା ଲାଗି ବିଶିଷ୍ଟ ସମାଜସେବୀ ଆଦିବାସୀ ଭାଷାର ଜନକ ରଘୁନାଥ ମୁର୍ମୁଙ୍କ ନାମରେ କ୍ଲବର ନାମ ରଖାଯାଇଛି ବୋଲି କହିଥିଲେ । ଏଥିପାଇଁ ପଞ୍ଚାୟତର ପାଣ୍ଠିରୁ ଗୃହ ନିର୍ମାଣ ଲାଗି ୧ଲକ୍ଷ ଟଙ୍କା ମଞ୍ଜୁର ହାଇଥିବା କହିଥିଲେ । କ୍ଲବର ସଭାପତି ଶିବ ମୁର୍ମୁ ଓ ସଂପାଦକ ଭାନୁଚରଣ ମୁର୍ମୁ ଏଥିରେ ବକ୍ତବ୍ୟ ରଖି ଆସନ୍ତା ଦିନରେ କ୍ଲବଗୃହ ଉଦ୍‌ଘାଟନ ହୋ ସଂପର୍କର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଦସ୍ୟାଙ୍କ ପ୍ରତିନିଧି ମଧୁସୂଦନ ସେନାପତି, ପ୍ରବୀର ଦାସ, ଅରୁଣ ପ୍ରଧାନ, ସପନ ଦାସ, ଦେବବ୍ରତ ନନ୍ଦ, ସୁଧିର ଗିରି, କାଳିଚାରଣ ମୁର୍ମୁ, ଦୁଃଶାସନ ମୁର୍ମୁ, ବୁଧାରାୟ ବାସ୍କେ, ବୁଧୁନି ର୍ମୁୁ, ଲୋକନାଥ ମୁର୍ମୁ, ପ୍ରଭାସିନୀ ମୁର୍ମୁ, ବୈଦ୍ୟନାଥ ରାଉତ, ଶ୍ରୀରାମ ମାରାଣ୍ଡି, ଶାନ୍ତନୁ ଦାସ, ବରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା