ପଞ୍ଚାୟତ ନିର୍ବାଚନ ପାଇଁ ଖୋଜା ଚାଲିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ବଢିବା ସହ ଧୀରେ ଧୀରେ ବଦଳିବାରେ ଲାଗିଛି ରାଜନୈତିକ ଚିତ୍ର ପଟ l ଏକଦା ଗଞ୍ଜାମ ଜିଲ୍ଲାରେ ଦବଦବା ରଖିଥିବା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ତିନ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ଦଳକୁ ସୁଦୃଢ ଓ ସଂଗଠନକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ l ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଦଳରୁ ବହିଷ୍କାର ହେବା ପରେ ମୁରବି ବିହୀନ ହୋଇ ପଡିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ଼. ଗୋପବନ୍ଧୁ ଦାଶ ନିର୍ବାଚନ ମଣ୍ଡଳୀର ସଂଗଠନ ଦାୟିତ୍ୱ ବୁଝୁଛନ୍ତି l ରଙ୍ଗେଈଲୁଣ୍ଡା ବ୍ଲକ ୩୨ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଅଛି ଏବଂ (୫୩,୫୪,୫୫) ୩ଟି ଜିଲ୍ଲା ପରିଷଦ ଆସନର ଥିବା ବେଳେ ପ୍ରାଥୀ କି ହେବ, ଚୂଡାନ୍ତ ନିଷ୍ପତି ତୃତୀୟ ମହଲାରେ ହିଁ ନିଆଯିବ ବୋଲି ଚର୍ଚ୍ଚା ଜୋର ଧରିଛି l ବିଜେପିର ଗଡ଼ କୁହାଯାଉଥିବା ୫୩ ନମ୍ବର ଜୋନ ଆସନଟି ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିବା ବେଳେ ଗତ ନିର୍ବାଚନରେ ବିଜେପି ପ୍ରାଥୀ ଏଠାରୁ ନିର୍ବାଚିତ ହୋଇଥିଲେ l ଚାଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ୩ ଜଣ ଆଶାୟୀ ରହିଛନ୍ତି, ହଳଦିଆପଦର ସରପଞ୍ଚ ଏସ. ରାଜେଶ୍ୱରୀ ଦୋରା, ପୂର୍ବତନ ପୋଲିସ କନେଷ୍ଟବଳ ସଂଘ ସମ୍ପାଦକ ଏଚ. ମୋହନ ରାଓଙ୍କ ବୋହୂ ଚନ୍ଦ୍ରାବତୀ ଏବଂ ମହିଳା ନେତ୍ରୀ ସ୍ୱର୍ଣ୍ଣକ୍ରାନ୍ତି ପାଢ଼ୀ ସେହିପରି ବିଜେପି ଗଡ଼ ରକ୍ଷା କରିବା ପାଇଁ ପ୍ରଣମୂର୍ଚ୍ଛl ଉଦ୍ୟମ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାଥୀ ସମ୍ପୂର୍ଣ ରୂପେ ସ୍ଥିର କରିପାରୁନାହିଁ l କଂଗ୍ରେସ ପକ୍ଷରୁ ନେତୃତ୍ୱ ନେଇଥିବା କଂଗ୍ରେସ ବ୍ଲକ ସଭାପତି ଡ଼ବ୍ଳ୍ବୁ. ବାଲକ୍ରିଷ୍ଣା ଏକ ଟାଣୁଆ ପ୍ରାଥୀ ଦେଇ ଉଭୟ ବିଜେପି ବିଜେଡିକୁ ଟକ୍କର ଦେଇ ଆସନ ଅକ୍ତିଆର କରିବାକୁ ଅଣ୍ଟା ଭିଡ଼ିଛନ୍ତି l ସେହିପରି ୫୪ ନମ୍ବର ଜୋନ ଜିଲ୍ଲାପରିଷଦ ଆସନ ପାଇଁ ବିଜେଡି ପକ୍ଷରୁ ୬ ଜଣ ଆଶାୟୀ ରହିଥିବା ବେଳେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ବିଜେପି ଅଂଚଳର ଜଣେ ଜଣାଶୁଣା ଟାଣୁଆ ଯୁବନେତା ସୁଭାଶିଷ ସାହୁଙ୍କୁ ସ୍ଥିର କରିଛି l କଂଗ୍ରେସ ପକ୍ଷରୁ ଏହି ଜୋନ ପାଇଁ ପ୍ରାଥୀ ଚୂଡାନ୍ତ ହୋଇଥିବା ଜଣାପଡିଛି l ସେହିପରି ୫୫ ନମ୍ବର ଜୋନ ପାଇଁ ବିଜେଡିରୁ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ କାମରାଜୂ ସେଠୀ, ଭାବିନିପୁର ସରପଞ୍ଚ ସୁଚିତ୍ରା ସେଠି ଓ ବିଜୟ ଚନ୍ଦ୍ର ବେହେର ଆଶାୟୀ ରହିଥିବା ବେଳେ ବିଜେପି ଏବଂ କଂଗ୍ରେସ ପ୍ରାଥୀ ଖୋଜା ଚାଲିଥିବା ଜଣାପଡିଛି l ରଙ୍ଗେଈଲୁଣ୍ଡା ବ୍ଲକର ସମିତି ଅଧକ୍ଷ ପଦବୀଟି ମହିଳାଙ୍କ ସଂରକ୍ଷଣ ଥିବାବେଳେ ବିଜେଡି ହାତେଇବା ପାଇଁ ରଣ କୌଶଳ ପ୍ରସ୍ତୁତି କରିଥିବା ବେଳେ ବିଜେପି ମଧ୍ୟରେ ଗୋଟି ଚାଳନା ଆରମ୍ଭ କରିଦେଇଛି l ଅନ୍ୟ ପଟେ ଯଦି ଆଗକୁ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିବ ତେବେ ବିଜେପି ତାହାର ଫାଇଦା ନେବ ବୋଲି ଚର୍ଚ୍ଚା ହେଉଛି l ୩ ଦଳ ପ୍ରତି ପଞ୍ଚାୟତରେ ସରପଞ୍ଚ ସମିତି ପ୍ରାଥୀ ଚୟନରେ ଲାଗି ପଢିଥିବା ବେଳେ କିଛି ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ପ୍ରାଥୀ ଚୟନ ହୋଇନଥିବା ଜଣlପଡିଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା