ନେତୁଆ ଗ୍ରାମ ପଞ୍ଚାୟତର ଦୁର୍ନତି ଓ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ ସଭା ଓ ଗଣଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଅନ୍ୟଏକ ଉପାନ୍ତ ପଞ୍ଚାୟତ ନେତୁଆରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଉର୍ଦ୍ଦିଷ୍ଟ ଅର୍ଥ ନିତୀ ନିୟମରେ ଖର୍ଚ୍ଚ ହୋଇନଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ସମିତି ସଦସ୍ୟ ଓ ଅନ୍ୟ କେତେକ ନେତୃବୃନ୍ଦ ଗଣତନ୍ତ୍ର ରାଷ୍ଟ୍ରରେ ସରପଞ୍ଚଙ୍କର ଏକଛତ୍ରବାଦ ଘଟଣାକୁ ନିନ୍ଦା କରିଛନ୍ତି । ବିଭିନ୍ନ ଯୋଜନାରେ ପଞ୍ଚାୟତକୁ ମିଳୁଥିବା ଅର୍ଥର ଦୂରୋପଯୋଗକୁ ସମିତି ସଦସ୍ୟ ସୁରେଶ ଚନ୍ଦ୍ର ଜେନା ବିରୋଧ କରି ଆସୁଥିବା ବେଳେ ଗତ ଶୁକ୍ରବାର ଏ ସମ୍ପର୍କରେ ତାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଓ ଗଣଧାରଣା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତକୁ ଆସିଥିବା ପଇବା ପାଣି, ରାସ୍ତାଘାଟ ମରାମତି, ଜଳ ନିଷ୍କାସନ ଲାଗି ଅର୍ଥନିଦ୍ଧିଷ୍ଟ ଭାବେ ଖର୍ଚ୍ଚ ହୋଇନଥିବାର ସେ କହିଛନ୍ତି । ୨୦୧୭ ମସିହାରେ ୮ଲକ୍ଷ ୩୦୦ ଟଙ୍କା ଜଳଯୋଗାଣ ନିମନ୍ତେ ଜମା ହୋଇଥିବା ଦର୍ଶଯାଇଥିବା ବେଳେ ବାସ୍ତବରେ ତାହା ହୋଇନଥିବା ସେ କହିଛନ୍ତି । ସେହିପରି ୨୦୨୦-୨୧ରେ ୩ଲକ୍ଷ ୪୫ହଜାର ଟଙ୍କା ଯୋଜନାର ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ବାର୍ଷିକ ଅଟକଳ ଯୋଜନା ଅନୁଯାୟୀ ବ୍ୟୟ ହେବାକୁ ଥିବା ବେଳେ ଏହି ପଞ୍ଚାୟତରେ ତାହା ବ୍ୟତିକ୍ରମ ହୋଇଛି । ୱାର୍ଡମେମ୍ବର ଓ ସମିତି ସଦସ୍ୟଙ୍କ ଅଗୋଚରରେ ଯୋଜନା କାର୍ଯ୍ୟ ହେଉଥିବୁ ଏକ ଗଣତନ୍ତ୍ର ରାଷ୍ଟରେ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଆୟୋଜିତ ସଭାରେ ଜଳେଶ୍ୱର ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ସୁଗୋ ସମିତି ସଦସ୍ୟ ସଂଜୟ ମହାନ୍ତି, ପଞ୍ଚାୟତ ସଭାପତି ଚନ୍ଦନ କୁମାର ରାଉଳ, ରବିନ୍ଦ୍ର ସେନ୍‌, ପ୍ରତାପ ଭଂଜ, ସୁବୋଧ ଦତ୍ତ, ବିଜୟ ଖଣ୍ଡା, ବାରିଦବରଣ ହୁଇ, ଶଂକର୍ଶଣ ଜେନା, ସୌରେନ୍ଦ୍ର ଜେନ, ସତ୍ୟନାରାରୟଣ ଦାସ ପ୍ରମୁଖ ବିଭିନ୍ନ ଯୋଜନାର ବାଟବଣା ସଂପର୍କରେ କହିଥିଲେ । ଏ ସଂପର୍କରେ ସରପଂଚ ମମତାରାଣି ହୁଇଙ୍କୁ ପଚାରିବାରୁ ଗତ ୫ବର୍ଷରେ ନେତୁଆ ପଞ୍ଚାୟତରେ ତୁଳନାତ୍ମକ ଭାବେ ବହୁ ବିକାଶର କାର୍ଯ୍ୟ ହୋଇଛି । ସେଥିରେ କେତେକ ବ୍ୟକ୍ତି ଏପରି ଅପପ୍ରଚାର ଚଳାଇଥିବା କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା