ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଗଦାଧର ପାତ୍ର…

କନ୍ଧମାଳ (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ନୂତନ ବିଡ଼ିଓ ଭାବେ ଗଦାଧର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ କୁକୁଡ଼ାଖଣ୍ଡି ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରି ଆସୁଥିଲେ । ଦାରିଙ୍ଗବାଡି ବ୍ଲକ ଦାୟିତ୍ୱରେ ଥିବା ବିଡିଓ କଳାକୃଷ ପ୍ରଧାନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ବଦଳି ହୋଇଛି । ଦାଇତ୍ୱ ଗ୍ରହଣ ପରେ ବିଡିଓ ଶ୍ରୀ ପାତ୍ର ୨୫ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଜନ ହିତକର ଯୋଜନା ଲୋକଙ୍କୁ ପହଞ୍ଚାଇବା ସହିତ ଏମ୍ ଜିଏନଆରଜି, ବାସଗୃହ, ଜଳ ଓ ପରିମଳ, ମିଶନ ଶକ୍ତି ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ଗୁରୁତ୍ୱ ଦେବେ ବୋଲି ସୂଚନା ଦେଇ ବିକାଶ ମୂଳକ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।