ନିଶିଗନ୍ଧାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ରାତ୍ର ୮ ଘଟିକା ସମୟରେ କୋଭିଡ-୧୯ ନିୟମ ଅନୁପାଳନ କରାଯାଇ ନିଶିଗନ୍ଧା ସାହିତ୍ୟ ସଂସଦର ସଭାପତି ଡ଼ଃ ରଜନୀ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ନୂତନ ସଭ୍ୟା ସଭ୍ୟାଙ୍କ ଯୋଗଦାନ, ପଦ ଓ ଗୋପନୀୟତାର ଶପଥ ଗ୍ରହଣ ଉତ୍ସବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଉଯାଇଛି । ଏହି ଉତ୍ସବରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ । ପ୍ରାରମ୍ଭରେ ଭଜନ ଓ ନିଶିଗନ୍ଧା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ପଣ୍ଡିତ ନାରାୟଣ ରଥ । ଆଜିର ନୂତନ ଭାବେ ଯୋଗଦାନ କରି ନିଶିଗନ୍ଧା ପରିବାରରେ ସାମିଲ ହୋଇଥିବା ସଭ୍ୟା ସଭ୍ୟ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ନିଶିଗନ୍ଧା ପରିବାରର ଅନ୍ୟତମ ରାଜ୍ୟ ପର୍ଯ୍ୟବେକ୍ଷକ, ସମାଜସେବୀ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଡା.ଦେବୀ ପ୍ରସାଦ ମିଶ୍ର । ଆଜି ପାଞ୍ଚଜଣ ସଭ୍ୟ/ସଭ୍ୟା ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରି ନିଶିଗନ୍ଧା ପରିବାରରେ ଯୋଡି ହେଲେ । ତେଣୁ ଅନୁଷ୍ଠାନର ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୮ ଟାରେ ଗୁଗଲ ମିଟ୍ ଜରିଆରେ ଏମାନଙ୍କର ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ନିଶିଗନ୍ଧା ପରିବାରର ଉପସଭାପତି ଚିତ୍ତ ରଞ୍ଜନ ନନ୍ଦ,କାର୍ଯ୍ୟକାରୀ ସମ୍ପାଦିକା ଡ଼ଃ.ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭ୍ୟ, ସଭ୍ୟା ମାନେ ନିମ୍ନ ଲିଖିତ ପଦବୀ ଅଳଙ୍କୃତ କରିଥିଲେ ।
୧) ଶ୍ରୀମତୀ ଅର୍ଚ୍ଚନା ପାତ୍ର – ସହ ସମ୍ପାଦିକା
୨) ଶିବ ପ୍ରସାଦ ପାତ୍ର – ଯୁଗ୍ମ ସମ୍ପାଦକ
୩) ଶ୍ରୀମତୀ ରଶ୍ମିତା ଦାସ – ସହ ସଂଜୋଜିକା
୪)  ସୁବାସ ଚନ୍ଦ୍ର ସାହୁ – ବିଜ୍ଞାପନ ସମ୍ପାଦକ
୫) ଶ୍ରୀମତୀ ମମତା ସାହୁ – ପୂର୍ବାଞ୍ଚଳ ଜୋନ ସଂଯୋଜିକା
ନିଶିଗନ୍ଧାର ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ସଭା ସଂଯୋଜନା କରିଥିଲେ । ପରିଶେଷରେ ନିଶିଗନ୍ଧାର ପରିଚାଳନା ସମ୍ପାଦିକା ଅନୁସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।