ନାମ୍ପୋ ବଜାରରେ ଥିବା ଏଟିଏମ୍ ଅଚଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୭ନଂ ରାଜ୍ୟ ରାଜପଥ ପାଶ୍ୱରେ ଥିବା ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ନାମ୍ପୋ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଭାବେ ପରିଚିତ । ଏଠାରେ ଥିବା ହାଟ ଓ ବଜାର ଉପରେ ପ୍ରାୟ ୫ଟି ପଂଚାୟତର ଲୋକମାନେ ନିର୍ଭର କରନ୍ତି । ଡାକ୍ତରଖାନା, ପୋଲିସ୍ ଫାଣ୍ଡି, ଇଲେକ୍ଟ୍ରି କାର୍ଯ୍ୟାଳୟ ପୋସ୍କ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ୟବସାୟିକ କେନ୍ଦ୍ର ରହିଥିବା ବେଳେ ଟଙ୍କା ଦେଣନେଣ ଲାଗି ଏସ୍‌ବିଆଇ ଏଟିଏମ୍ ଖୋଲାଯାଇଥିଲା । ଏହା ଗ୍ରାମାଞ୍ଚଳ ହୋଇଥିବାରୁ ବହୁ ସମୟରେ ବିଦ୍ୟୁତ୍ ବିଭ୍ରାଟ ହୋଇଥାଏ । ହେଲେ ଏହି ଏଟିଏମ୍ ରେ ବହୁବର୍ଷରୁ ୟୁପିଏସ୍ ନ ଥିବାରୁ ବିଦ୍ୟୁତ୍ ନ ଥିଲେ ଟଙ୍କା ବାହାରିବା ସମ୍ଭବ ହୋଇ ନଥାଏ । ଏପରିକି ଗ୍ରାହକର ଟଙ୍କା ଅଧା ଆସି ଅଧା ଅଟକି ଯାଇଥାଏ । ଏ ସମ୍ପର୍କରେ ଉଚ୍ଚ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ । ତେଣୁ ଯଥାଶୀଘ୍ର ଏକ ୟୁପିଏସ୍ ଯୋଗାଇ ନିରବଛିନ୍ନ ସେବା ଯୋଗାଇଦେବାକୁ ସ୍ଥାନୀୟ ଅଂଚଳର ଗୌରୀ ଶଂକର ଜେନାଙ୍କ ନେତୃତ୍ୱରେ ବହୁ ବୁଦ୍ଧିଜିବୀ ଶାଖା ପରିଚାଳକ ଓ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଛନ୍ତି ।

ରିପୋର୍ଟ : ଭୂପତି ପରିଡା