ଧର୍ମର ଜୟ ଓ ନ୍ୟାୟର ବିଜୟ ହିଁ ବିଜୟା ଦଶମୀର ମୂଳଲକ୍ଷ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଯୁଗେ ଯୁଗେ ଧର୍ମର ଜୟ ଘଟି ଆସିଛି । ମହାପ୍ରତାପୀ ମହିଷାଶୂରକୁ ନିଧନ କରି ମା ଦୁର୍ଗା ଦଶମୀ ତିଥିରେ ନ୍ୟାୟ ଓ ଧର୍ମର ଟେକ ରଖିଛନ୍ତି । ସେହିପରି ପୁରୁଷତ୍ତୋମ ରାମଚନ୍ଦ୍ର ରାବଣକୁ ନିଧନ କରିବା ମଧ୍ୟ ଭାରତୀୟ ସଂସ୍କୃତିରେ ଅନ୍ୟଏକ କିମ୍ବଦନ୍ତି ରହିଛି । କୁରୁବଂଶ ଓ ଅତ୍ୟାଚାରୀ ମାନଙ୍କୁ ନିଧନ କରି ଶ୍ରୀକୃଷ୍ଣ ବିଜୟ ବୈଜୟନ୍ତ ଉଡାଇଛନ୍ତି । ତେଣୁ ଏ ସବୁ କିମ୍ବଦନ୍ତି ଦ୍ୱାରା ଭାରତୀୟ ସଂସ୍କୃତି ଓ ସମାଜ ନିଜର କର୍ତ୍ତବ୍ୟ ସାଧନ କରିବା ଉଚିତ୍ ବୋଲି ବିଜୟ ଦଶମୀ ଅବସରରେ ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ବିଜୟ ମାଳନ ଉତ୍ସବରେ ମତପ୍ରକାଶ ପାଇଛି । ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜିବୀ ରାମଚନ୍ଦ୍ର ଜେନା ପୌରହିତ୍ୱ କରି ଭାରତୀୟ ସଂସ୍କୃତି, ପରମ୍ପରା ଓ କିମ୍ବଦନ୍ତି ସହିତ ଶାସ୍ତ୍ର ପୁରାଣ ସଂପର୍କରେ ପ୍ରକାଶ କରି ଧର୍ମ ଓ ନ୍ୟାୟ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ବିଜୟା ଦଶମୀର ତାତ୍ପର୍ଯ୍ୟ ଏବଂ ମହିଷାଶୂରର ଅନ୍ୟାୟ, ଅଧର୍ମର କିପରି ପରାଜୟ ଘଟିଛି ସେ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ମୁଖ୍ୟବକ୍ତାଭାବେ ଜଳେଶ୍ୱରର ଲୌହମାନବ ଭାବେ ପରିଚିତ ରମାନାଥ ଗିରି ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଜଳେଶ୍ୱରରେ କିପରି ଅଧର୍ମ, କୁକାର୍ଯ୍ୟ, ଦୁର୍ନିତୀ ଚାଲିଛି ତାର ବିନାଶ ଲାଗି ଯୁବ ସମ୍ପ୍ରଦାୟ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ, ଅବସରପ୍ରାପ୍ତ ବ୍ଲକ ଅଧିକାରୀ ଶରତ ପରିଡା, ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ପୁରୁଷତ୍ତୋମ ଚାନ୍ଦ, ଆଦିତ୍ୟ ନାରାୟଣ ପାତ୍ର, ରିଆଜ ଖାଁ, ମନୋରଂଜନ ଦାସ, ସତ୍ୟନାରାୟଣ ଦାସ, ଘନଶ୍ୟାମ ଗିରି, ଅବନୀ ଚାନ୍ଦ, ରବିନାରାୟଣ ପାତ୍ର ପ୍ରମୁଖଙ୍କ ସହିତ ଅତ୍ୟ କେତେକେ ଯୋଗ ଦେଇଥିଲେ ।