ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଫୋରମର ମହିଳା ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ଫୋରମର ପ୍ଲେ ସ୍କୁଲ ଠାରେ ମହିଳା ଶାଖା ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ନେତୃତ୍ୱରେ ହୋଇଯାଇଛି l ମୁଖ୍ୟ ଅତିଥି ଡ଼ ସୁଜାତା ରଥ ସକାଳ ୯ଟା ରେ ଯୋଗଦେଇ ମଧୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କହିଥିଲେ ଯେ ମଧୁ ବାବୁ ପ୍ରଚଣ୍ଡ ସ୍ୱାଭିମାନୀ, ଦରଦୀ ଏବଂ ଓଡ଼ିଆ ଭାଷା ପ୍ରେମୀ ଥିଲେ l ଯିଏ ସ୍ୱାଭିମାନୀ ସେ ସଚେତନ ନିଶ୍ଚୟ l ଉପ-ସଭାପତି ବନଜା ମାନସିଂ ସ୍ୱାଗତ ଭାଷଣ ଦେଇଥିଲେ l ଆଇନଜୀବୀ ଦୀପକ ପଟ୍ଟନାୟକ, ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଫୋରମର ଯୁଗ୍ମ ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ମଧୁ ବାରିଷ୍ଟରଙ୍କର ସ୍ମୃତି ଚାରଣ କରିଥିବା ବେଳେ ସଦସ୍ୟା ଶିଳ୍ପୀଶ୍ରୀ ହରିଚନ୍ଦନ, ସନ୍ଧ୍ୟାରାଣୀ ସାହୁ, ସୁଚିତ୍ରା ସିଂ, ରୁନୁପ୍ରଭା ସାହୁ, ହୈ୍ମବତୀ ମିଶ୍ରଙ୍କ ସହିତ ଉପସଭାପତି ଗଗନ ନନ୍ଦ ଏବଂ ନଗର ଶାଖାର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଶେଷରେ ରିତାଞ୍ଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l