ଢେଙ୍କାନାଳ ଜିଲ୍ଲା ବିଜେଡି ଦଳର ସଭାପତି ଭାବେ ଦାଇତ୍ୱ ନେଲେ ସୁରଜ ମହାପାତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପୁନର୍ବାର ଢେଙ୍କାନାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଦାଇତ୍ୱ ନେଇଛନ୍ତି ସୁରଜ ମହାପାତ୍ର । ଶ୍ରୀ ମହାପାତ୍ର ନୂତନ ଦାଇତ୍ଵ ପାଇଥିବାରୁ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକ, ସାଙ୍ଗଠନିକ ସମ୍ପାଦକ ମୁଖ୍ୟାଳୟ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ,ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ସାଂସଦ ମହେଶ ସାହୁ, ମାନ୍ୟବର ବିଧାୟକ ଢେଙ୍କାନାଳ ସୁଧୀର କୁମାର ସାମଲ, ବିଧାୟକ ପରଜଙ୍ଗ ଡ଼ା ନୃସିଂହ ଚରଣ ସାହୁ, ହିନ୍ଦୋଳର ବିଧାୟିକା ସୀମାରାଣୀ ନାୟକ, ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପର) ତଥା ଚାନ୍ଦବାଲି ବିଧାୟକ ଡ଼ା ବ୍ୟୋମିକେସ ରାୟ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଛାତ୍ର ସଂଗଠନକୁ ଜିଲ୍ଲାରେ ସୁଦୃଢ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ନୂଆ ଦାଇତ୍ୱ ମିଳିବା ପରେ ଶ୍ରୀ ମହାପାତ୍ରଙ୍କୁ ଶୁଭେଚ୍ଛାର ଛୁଅ ଛୁଟିଛି ।