ଜାରି ରହିଛି ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘର ଅଭିନବ ପ୍ରୟାସ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘର ଅଭିନବ ପ୍ରୟାସ ଜାରି ରହିଛି । ଗତକାଲି ସଂଘର ସଦସ୍ୟ ରଞ୍ଜିତ ସ୍ୱାଇଁ ଗୁଡିଆକଟେଣୀ ନିକଟରେ ଏକ ମାନସିକ ବିକୃତ ଲୋକଟିଏ ବୁଲୁଥିବାର ଦେଖି ତାଙ୍କୁ ଆଣି ଜଳଖିଆ ଖାଇବାକୁ ଦେଇଥିଲେ । ଏହାସହ ସେହି ଲୋକଟିକୁ ଭଲ ଭାବରେ ସଫା ସୁତୁରା କରି ମଧ୍ୟାହ୍ନ ଭୋଜନ କରାଇ ଭଲ ପୋଷାକ ପିନ୍ଧାଇ ଛାଡିଥିଲେ । ଏଥିରେ ସାହାଯ୍ୟ କରିଥିବା ସମସ୍ତ ସଦସ୍ୟଙ୍କୁ ଏବଂ ସାହାଯ୍ୟ କରିଥିବା ବ୍ୟକ୍ତି ବୃନ୍ଦ ରଞ୍ଜିତ ସ୍ୱାଇଁ, ଦେବୀପ୍ରସାଦ ପତି, ଗୋପାଳ ଭାଇ, ତୁଷାର ଭାଇ ଓ ବାବୁଲାଙ୍କୁ ସଙ୍ଘ ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା । ଏହିଭଳି କାର୍ଯ୍ୟ ସର୍ବଦା ଜାରି ରହୁ, ସମସ୍ତଙ୍କର ବଞ୍ଚିବାର ସମାନ ଅଧିକାର ଅଛି ଓ ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସର୍ବଦା ଏହିଭଳି ପ୍ରୟାସ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।