ଜାତୀୟ ଡାକ ସପ୍ତାହ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଶାନ୍ତି ନଗର ସ୍ଥିତ ନେତାଜୀ ଯୁବକ ସଙ୍ଘ ପ୍ରାଙ୍ଗଣରେ ଜାତୀୟ ଡାକ ସପ୍ତାହ ପାଳନ ହୋଇଯାଇଛି l ଏହି ଅବସରରେ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ସେମିନାର ଓ ଡାକ ଟିକଟ ସଂଗ୍ରହରୁ ଉପଲବ୍ଧ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, କିରଣ ମାଳା ପଣ୍ଡା, ଗଣେଶ ଇନିଷ୍ଟିଚ୍ୟୁଟ ଅଫ ସାଇନସର ନିର୍ଦେଶକ ମୃତ୍ୟୁଞ୍ଜୟ ମହାନ୍ତି ଯୋଗ ଦେଇଥିଲେ l ଡାକ ଟିକଟ ସଂଗ୍ରହ ଦ୍ୱାରା ତିନି ଇ ଅର୍ଥାତ ଏଜୁକେସନ, ଏନ୍ଟଟେରନମେଣ୍ଟ, ଏରିନିଙ୍ଗି ତିନୋଟି ଲକ୍ଷ୍ୟ ସାଧନ ହୋଇ ପାରିବ ବୋଲି ବର୍ଣନା କରିଥିଲେ l ଏହି ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ପିଏନୟୁଏ ମହାବିଦ୍ୟାଳୟ, ପ୍ରଭୃତି ଅନୁଷ୍ଠାନ ପ୍ରାୟ ଏକ ଶହ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ l ଏହି ଅବସରରେ ଉପସ୍ଥିତ ଡାକ ଅଧିକାରୀ ଶ୍ରୀ ବେହେରା ଓ ଶ୍ରୀମତୀ ପଣ୍ଡା ଡାକଘର କିଭଳି ତାର ମୂଳ ଡାକ ସେବା ସହ ଅଧୁନା ଗୋଟିଏ ଛାତ ତଳେ ବ୍ୟାଙ୍କିଙ୍ଗ ସେବା, ବୀମା, ଆଧାର ସଂଶୋଧନ ଓ ପଞ୍ଜିକରଣ, କମନ ସର୍ଭିସ ସେଣ୍ଟର ସେବା, ରେଳ ଟିକଟ ବୂକିଙ୍ଗ ସେବା ଯୋଗାଉଥିବାରୁ ଛାତ୍ରଛାତ୍ରୀମାନେ ଦେଶର ସର୍ବ ବୃହତ ତଥା ପୁରାତନ ସଂସ୍ଥା ସହ ମାନେ ତରୁଣ ବୟସରୁ ଜଡିତ ହେବଲକୁ ଆହ୍ୱାନ ଦେଇଥିଲେ l ଶ୍ରୀ ମହାରଣା ଓ ଶ୍ରୀ ରେଡ୍ଡୀ ବିଭିନ୍ନ ସମୟରେ ଡାକ ବିଭାଗ ତରଫରୁ ଛତ୍ରପୁର ଠାରେ ସମର କ୍ୟାମ୍ପ, ସେମିନାର, ପ୍ରତିଯୋଗିତା ଆୟୋଜନ କରୁଥିବାରୁ ବ୍ରହ୍ମପୁର ଡାକ ମଣ୍ଡଳକୁ କୃତଙଜ୍ଞତା ଜ୍ଞାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ଉପାଦେୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରେରଣା ଦେଇଥିଲେ l ଆୟୋଜିତ ପ୍ରତିଯୋଗିତାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଦୀପକ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପି. ଶ୍ରୀନିବାସ ସେନାପତି ଓ ଓ ମୃତ୍ୟୁଞ୍ଜୟ ନାହାକ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ଓ ସାନମାନିତ ହୋଇ ଥିବା ବେଳେ ବି. ସିଦ୍ଧାର୍ଥ ଓ ନଳିନୀ ଶାସମଲଙ୍କୁ ଉକ୍ତ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ପାଇଁ ସାନମାନିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଡାକ ମଣ୍ଡଳର ବିଜିନେସ ଏଜୁଜିଟିବି ସଂଯୋଜନା କରିଥିବା ବେଳେ ଦେବରାଜ ନାୟକ, ଘନଶ୍ୟାମ ବେହେରା, ରଶ୍ମିରଂଜନ ମହାପାତ୍ର, ଭଗବାନ ସେଠୀ ପ୍ରଭୃତି ସହଯୋଗ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା